ଏହି ଧନୀ ଓ ସଫଳ ବ୍ୟକ୍ତିମାନେ ଏକଦା ମାକ୍‌ଡୋନାଲ୍‌ଡ ରେଷ୍ଟୁରାଣ୍ଟରେ କାମ କରି ରୋଜଗାର କରୁଥିଲେ

ଯେଉଁମାନେ ଦିନେ ଏକ ରେସ୍ତୋରାଁରେ କାମ କରୁଥିଲେ ସେମାନେ ଆଜି ପାଲଟିଛନ୍ତି ଦେଶର ଜଣାଶୁଣା ବ୍ୟକ୍ତି । ପଢ଼ା ସହ ନିଜର ଖର୍ଚ୍ଚ ଉଠାଇବା ପାଇଁ ମାକ୍‌-ଡ଼ୋନାଲଡ୍‌ ରେଷ୍ଟୁରାଣ୍ଟରେ ଏହି ବ୍ୟକ୍ତିମାନେ କାମ କରୁଥିଲେ । ଏହି କାମ ସେମାନଙ୍କୁ ଟଙ୍କା ଦେବା ସହ ସବୁ ପରିସ୍ଥିତିକୁ କିପରି ସମ୍ଭାଳିବାକୁ ହୁଏ ତାହା ଶିଖାଇଥିଲା ବୋଲି ସେମାନେ କହନ୍ତି । ଜୀବନରେ ଆସୁଥିବା ବିପଦକୁ ସାମ୍ନା କରିବା ଶିଖାଇଥିଲା ସେମାନଙ୍କୁ ଏହି କାମ ।

ପ୍ରସିଦ୍ଧ ହାସ୍ୟ ଅଭିନେତା ଜୟ ଲେନୋ, ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ, ଅନ୍ତରୀକ୍ଷ ଯାତ୍ରୀ ଲେରୟ ଚିଆଓ, ନେତ୍ରୀ ମାର୍ସିୟା ଫ୍ୟଜ୍‌ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ଏଣ୍ଡି ମାକ୍‌ଡ଼ୋେଓ୍ଵଲ୍‌ ସ୍କୁଲ ସମୟରୁ କାମ କରିବା ଆରମ୍ଭ କରିଥିଲେ । ମାକ୍‌-ଡ଼ୋନାଲ୍‌ଡ଼ରୁ କାମ ଆରମ୍ଭ କରିଥିବା ଏହି ପ୍ରମୁଖ ବ୍ୟକ୍ତିମାନେ ଏବେ ଶୀର୍ଷ ସ୍ଥାନରେ ରହିବା ସହ ସେଠାରୁ ଶିଖିଥିବା ଅଭିଜ୍ଞତାକୁ ବ୍ୟବହାର କରି ସବୁ ପରିସ୍ଥିତିକୁ ସମ୍ଭାଳିବାରେ ସକ୍ଷମ ହୋଇ ପାରିଛନ୍ତି । ସେମାନଙ୍କ ଅଭିଜ୍ଞତାକୁ ସମସ୍ତଙ୍କ ସହ ସେୟାର କରିବା ପାଇଁ କମ୍ପାନି ତରଫରୁ ଏକ ବହି କରାଯାଇଥିଲା । ବହିର ନାଁ ‘ଗୋଲ୍‌ଡ଼େନ୍‌ ଅପରଚୁନିଟି : ରିମାର୍କେବଲ କ୍ୟାରିୟର ଦ୍ୟାଟ୍‌ ବିଗନ୍‌ ଆଟ୍‌ ମାକ୍‌ଡ଼ୋନାଲ୍‌ଡ଼’ ରଖାଯାଇଥିବା ବେଳେ ମାକ୍‌ଡ଼ୋନାଲ୍‌ଡ଼ରେ କାମ କରି ଶିଖିଥିବା ନିଜ ନିଜ ଅଭିଜ୍ଞତାକୁ ସେୟାର କରିବା ପାଇଁ କମ୍ପାନି ତରଫରୁ ୪୬ଜଣ ସଫଳ ବ୍ୟକ୍ତିଙ୍କୁ ଡ଼କା ଯାଇଥିଲା । ସେମାନଙ୍କୁ କିଛି ପୃଷ୍ଠା ଦିଆଯିବା ସହ ସେମାନଙ୍କ ଅଭିଜ୍ଞତାକୁ ଲେଖିବାକୁ କୁହାଯାଇଥିଲା । ସେଥି ମଧ୍ୟରୁ ୪ଟି ବ୍ୟକ୍ତିଙ୍କର ଲେଖା ଏପରି ଥିଲା ଯାହା ସମସ୍ତଙ୍କୁ ଅନୁପ୍ରାଣିତ କରିବ ।

୧. ୧୬ ବର୍ଷ ବୟସରେ ଗୋଟେ ହାତରେ ଅଣ୍ଡା ଭାଙ୍ଗିବା ଶିଖିଥିଲି । ଶନିବାର ସିପ୍ଟ ମୋର ପସନ୍ଦର ସିଫ୍ଟ ଥିଲା। କାରଣ ସେହି ଦିନ ମୋତେ ୩୦୦ଟି ଅଣ୍ଡା ଭାଙ୍ଗିବାକୁ କୁହାଯାଉଥିଲା । ଭୋକରେ ରହି ଏତେ ଲୋକଙ୍କ ପାଇଁ ଖାଇବା ତିଆରି କରିବାକୁ ମୋତେ ବହୁତ ଭଲ ଲାଗୁଥିଲା । ଏହି ଅଭିଜ୍ଞତା ମୋତେ ଆଜି ସଫଳ ହେବାରେ ସାହଯ୍ୟ କରିଛି ବୋଲି ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ ଲେଖିଥିଲେ ।

Newsmobile

୨.ଦକ୍ଷିଣ କେରୋଲିନାରେ ଥିବା ମାକ୍‌ଡ଼େନାଲ୍‌ଡ଼ରେ କାମ କରିବାର ଅଭିଜ୍ଞତା ବହୁତ ଭଲ ଥିଲା । ଟିମ୍‌ଓ୍ଵାକ୍‌ର୍ କ’ଣ ମୁଁ ସେଠି ରହି ଶିଖିଥିଲି । ଏହା ମୋର ସୁଟିଂ ସେଟ୍‌ରେ କାମରେ ଆସିଲା ବୋଲି ଅଭିନେତ୍ରୀ ଏଣ୍ଡି ମାକ୍‌ଡ଼ୋେଓ୍ଵଲ୍‌ ଲେଖିଥିଲେ ।

Twitter

୩. ସାଂସଦ ଭାବେ ଦଳରେ କାମ କରିବା ମାକଡ଼ୋନାଲଡ଼ର କ୍ୟାସ୍‌ ରେଜିଷ୍ଟରରେ ବସି କାମ କରିବା ଠାରୁ ସମ୍ପୁର୍ଣ୍ଣ ଭିନ୍ନ । କିନ୍ତୁ ଏଠି କାମ କରି ଅଧିକ ଲୋକମାନଙ୍କୁ ଏକା ସାଙ୍ଗରେ କିପରି ସମ୍ଭଳିବାକୁ ହୁଏ ତାହା ମୁଁ ଶିଖିଥିଲି । ଯାହା କି ଭବିଷ୍ୟତରେ ଓହିଓ କଂଗ୍ରେସ ସଦସ୍ୟ ଭାବରେ କାମ କରିବାରେ ମୋତେ ସାହାଯ୍ୟ କରିଥିଲା ବୋଲି କଂଗ୍ରେସ କର୍ମକର୍ତ୍ତା ମାର୍ସିୟା ଫ୍ୟଜ୍‌ ଲେଖିଥିଲେ ।

Dems.gov

୪.ଗୋଟେ ରେସ୍ତୋରାଁରେ କାମ କଲେ ପ୍ରତିଦିନ କିଛି ନା କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମାକ୍‌ ଡ଼ୋନାଲ୍‌ଡ଼ରେ କାମ କରି ଆସୁଥିବା ଅସୁବିଧାକୁ ନ ବଢ଼ାଇ କିପରି ସମଧାନ କରିବାକୁ ହୁଏ ତାହା ମୁଁ ଶିଖିଥିଲି । ଯାହା ମୋତେ ଧର୍ଯ୍ୟଶୀଳ କରିବା ସହ ମୁଁ କରୁଥିବା କାମରେ ସାହାଯ୍ୟ ମଧ୍ୟ କରିଥିଲା ବୋଲି ଲେପ୍ଟନାଣ୍ଟ କର୍ଣ୍ଣେଲ ମାଇକ ଗ୍ରେସ୍‌ ଲେଖିଥିଲେ। ।

Arizona BioIndustry Association

ସଫଳ ବ୍ୟକ୍ତିଙ୍କର ଏଭଳି ଅନୁପ୍ରାଣିତ କରୁଥିବା କାହାଣୀକୁ ଏକାଠି କରି ଲୋକମାନଙ୍କୁୁ ଜଣାଇବାକୁ କମ୍ପାନୀ ତରଫରୁ କରାଯାଇଥିବା ଏହି ପ୍ରୟାସ ନିହାତି ଭାବରେ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବ ।

ସମ୍ବନ୍ଧିତ ଖବର