ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଦିବ୍ୟାଙ୍ଗ ହରଦୟାଲ ସିଂ : ଗୋଟିଏ ଗୋଡ଼ ନଥିବା ସତ୍ତ୍ୱେ ଅଟୋ ଚଳାଇ ପୋଷୁଛନ୍ତି ପରିବାର!

ହାତଗୋଡ଼ ଥାଇ ମଧ୍ୟ ଲୋକେ ଭିକ ମାଗୁଥିବାର ଆପଣ ଅନେକ ସ୍ଥାନରେ ଦେଖିଥିବେ। ତେବେ ଦୁନିଆରେ ସମସ୍ତେ ସମାନ ନଥାନ୍ତି। କିଛି ନିଆରା ମଷିଣ ଥାଆନ୍ତି, ଯେଉଁମାନେ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥାଆନ୍ତି। ଏପରି ଜଣେ ନିଆରା ମଣିଷ ହେଲେ ହରଦୟାଲ ସିଂ। ଦିବ୍ୟାଙ୍ଗ ହୋଇଥିଲେ ହେଁ ସମ୍ମାନ ସହ ବଂଚିବା ପାଇଁ ପ୍ରତିଦିନ ସେ କଷ୍ଟ କରୁୁଛନ୍ତି। ଆଉ ଏବେ ଯୁବଗୋଷ୍ଠୀଙ୍କ ପାଇଁ ଉଦାହଣ ପାଲଟିଛନ୍ତି।

ଗମ୍ଭୀର ରୋଗ ଯୋଗୁଁ ବାମ ଗୋଡ଼ ଓ ହାତର ଏକ ଅଙ୍ଗୁଳି ହରାଇଛନ୍ତି ହରଦୟାଲ। ତଥାପି ହାରିଯାଇନାହାନ୍ତି । ଦୃଢ଼ ଇଚ୍ଛା ନେଇ ଆଗକୁ ବିଚାଲିଛନ୍ତି। ରୋଗ ଭଲ କରିବା ପାଇଁ ସବୁ ସମ୍ବଳ ଖର୍ଚ୍ଚ ହୋଇଗଲା ହେଲେ ତାଙ୍କର ରୋଗ ଭଲ ହେଲାନାହିଁ। ତେବେ ଟଙ୍କା ନଥିଲେ ବି ଆଜି ପର୍ଯ୍ୟନ୍ତ ସେ କାହା ଆଗରେ ହାତପାତି ନାହାନ୍ତି।

ରୋଗରେ ପୀଡ଼ିତ ହେବା ପରେ ହରଦୟାଲ ବର୍ଷେ ପର୍ଯ୍ୟନ୍ତ ଘରେ ବସିରହିଲେ। ଆଉ ତାଙ୍କ ଜଣେ ବନ୍ଧୁ ତାଙ୍କୁ ଏକ ଅଟୋ ଉପହାର ସ୍ୱରୂପ ପ୍ରଦାନ କରିିଥିଲେ। ଗୋଟିଏ ଗୋଡ଼ ନଥିଲେ ମଧ୍ୟ ବୈଶାଖୀ ସାହାରାରେ ଚାଲୁଥିବା ହରଦୟାଲ ଯୋଗାଡ଼ ଲଗାଇ ଏବେ ଖୁବ ଭଲରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି। ଦିବ୍ୟାଙ୍ଗ ହୋଇଥିଲେ କାହାର ମୁଣ୍ଡର ବୋଝ ନହୋଇ ସେ କାମ କରିଚାଲିଛନ୍ତି। ହରଦୟାଲଙ୍କ କହିବା ଅନୁସାରେ ଦୃଢ଼ଇଚ୍ଛା ଶକ୍ତି ଥିଲେ ଆପଣଙ୍କ ପାଇଁ କିଛି ବି ଅସମ୍ଭବ ହୋଇ ରହିବନାହିଁ। ତେବେ ସବୁଠାରୁ ବଡ଼ କଥା ହେଲା ଦରକାର ପଡ଼ିଲେ ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ପଛାନ୍ତି ନାହିଁ।

ହରଦୟାଲ ପୂର୍ବରୁ ଟ୍ରକ ଚଳାଉଥିଲେ। ତେବେ ପାଦ କାମ ନକରିବାରୁ ସେ ଥରେ ଡାକ୍ତରଙ୍କୁ ଦେଖାଇଥିଲେ। ତେବେ ଗମ୍ଭୀର ରୋଗ ହୋଇଥିବା ଯୋଗୁଁ ଡାକ୍ତର ତାଙ୍କର ବାମ ଗୋଡ଼ ଓ ହାତର ଏକ ଅଙ୍ଗୁଳିି କାଟିଦେଇଥିଲେ। ତେବେ ଏତେ କଷ୍ଟ ପରେ ମଧ୍ୟ ସେ ଭାଙ୍ଗି ପଡ଼ିନଥିଲେ। ଜୀବନ ଯୁଦ୍ଧରେ ଏକା ଏକା ଚାଲିବାର ପ୍ରୟାସ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର