ଶୌଚାଳୟ ନଥିବାରୁ ଶାଶୁଘର ଛାଡ଼ିଲେ ନବବିବାହିତା, କହିଲେ ଯେ ପର୍ଯ୍ୟନ୍ତ ଶୌଚାଳୟ ନ ହୋଇଛି ମୁଁ ଫେରିବି ନାହିଁ

ମହୋବା : କେନ୍ଦ୍ର ସରାକାରଙ୍କର ସ୍ୱଚ୍ଛ ଭାରତ ଅଭିଯାନର ପ୍ରଭାବ ସହର ସମେତ ଗ୍ରାମାଞ୍ଚଳର ଲୋକମାନଙ୍କ ଉପରେ ପଡ଼ୁଥିବାର ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଥିବା ଖନ୍ନା ଗ୍ରାମରେ ଜଣେ ନବବିବାହିତାଙ୍କ ଶାଶୁଘରେ ଶୌଚାଳୟ ନଥିବାରୁ ସେ ବିବାହର କିଛି ଦିନ ମଧ୍ୟରେ ଶାଶୁ ଘର ଛାଡ଼ିଥିବା ଜଣାପଡ଼ିଛି । ଏହା ସହ ଯେ ପର୍ଯ୍ୟନ୍ତ ଶୌଚାଳୟ ନ ହୋଇଛି ମୁଁ ଫେରିବି ନାହିଁ ବୋଲି ମଧ୍ୟ କହିଥିବା ସୂଚନା ମିଳିଛି । ଏହି ଖବର ଚାରିଆଡ଼େ ପ୍ରସାର ହେବା ପରେ ଲୋକମାନେ ନବବିବାହିତାଙ୍କ ଏହି ପଦକ୍ଷପକୁ ପ୍ରଶଂସା କରିବା ସହ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଭାବ ଲୋକମାନଙ୍କ ଉପରେ ପଡ଼ୁଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି ।

India.com

ସୂଚନା ମୁତାବକ, ମେ ୧ରେ ବାହା ହୋଇ ଶାଶୁ ଘରକୁ ଆସିବା ପରେ ସେଠାରେ ଶୌଚାଳୟ ନଥିବା ଜାଣିଥିଲେ ୨୦ବର୍ଷିୟ ସୁନୀତା । ଏ ବିଷୟରେ ଜାଣି ସେ ତୁରନ୍ତ ନିଜ ଘରକୁ ଏକଥା ଫୋନ କରି ଜଣାଇବା ସହ ତାଙ୍କୁ ଆସି ନେଇଯିବା ପାଇଁ କହିଥିଲେ । ଏହା ଶୁଣି ସୁନୀତାଙ୍କ ସ୍ୱାମୀ ଦେବୀଦାସ ପ୍ରଜାପତି ତାଙ୍କୁ ରୋକିବା ପାଇଁ ଚେଷ୍ଟା କରିବାରୁ ସୁନୀତା ରହିବା ଲାଗି ସଫା ମନା କରି ଦେଇଥିଲେ । ସେ କହିଥିଲେ, ମୁଁ ଆମ ଘରେ ଆଜି ପର୍ଯ୍ୟନ୍ତ କେବେ ହେଲେ ବାହାରେ ଶୌଚ ହୋଇନାହିଁ । ଏଠିକି ଆସି ମୁଁ ମୋର ଅଭ୍ୟାସ ବଦଳାଇ ବାହାରେ ଶୌଚ ହୋଇ ପାରିବି ନାହିଁ ।ଏହାପରେ ସେ ବାପ ଘରକୁ ଚାଲି ଯାଇଥିଲେ । ଯାଉ ଯାଉ ଯେ ପର୍ଯ୍ୟନ୍ତ ଶୌଚାଳୟ ନ ହୋଇଛି ମୁଁ ଫେରିବି ନାହିଁ ବୋଲି କହି ଯାଇଥିବା ଜଣା ପଡ଼ିଛି । ସୁନୀତାଙ୍କ ଏପରି ଇଚ୍ଛାକୁ ଆଖି ଆଗରେ ରଖି ଦେବୀଦାସ ଶୌଚାଳୟ ତିଆରି କରିବା ପାଇଁ ମନସ୍ଥ କରିଥିବା ଜାଣିିବାକୁ ମିଳିଛି । ଏଥିପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛନ୍ତି ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର