ଖଜୁରି ଗଛର ନଗର ‘ଏଲ୍‌ଚି’

ସ୍ପେନ୍‌ ଅନ୍ତର୍ଗତ ଏଲ୍‌ଚିକୁ କହାଯାଏ- ‘ଖଜୁରି ଗଛର ନଗର’। ଏହି ସହରର ଲୋକସ˚ଖ୍ୟା ତୁଳନାରେ ଖଜୁରି ଗଛ ସ˚ଖ୍ୟା ଅଧିକ। ସେଠାରେ ତିନି ଲକ୍ଷରୁ ଅଧିକ ଖଜୁରି ଗଛ ଅଛି। ସ୍ପେନ୍‌ର ଦକ୍ଷିଣ-ପୂର୍ବାଞ୍ଚଳରେ ଅବସ୍ଥିତ ଏହି ସହର ଏକଦା ଥିଲା, କାର୍ଥେଜୀୟଙ୍କ ବାସସ୍ଥାନ। ସେମାନଙ୍କ ମାଧ୍ୟମରେ ଖ୍ରୀଷ୍ଟ ପୂର୍ବ ପଞ୍ଚମ ଶତାବ୍ଦୀରେ, ସେଠାକୁ ଖଜୁରି ଗଛ ଆସିଥିଲା। ତେବେ, ଖ୍ରୀଷ୍ଟ ପର ଦଶମ ଶତାବ୍ଦୀରେ ମୁସଲମାନମାନେ ଖଜୁରି ଚାଷର ବ୍ୟବସାୟୀକରଣ କରାଇଥିଲେ।

www.spain-holiday.com

ଦୂରରୁ ଦେଖିଲେ, ଏଲ୍‌ଚି ସହର ହଠାତ୍‌ ଆଖିରେ ପଡ଼େନାହିଁ; କେବଳ ଖଜୁରି ଗଛର ଜଙ୍ଗଲ ଦେଖାଯାଏ। ଗଛଗୁଡ଼ିକ କିନ୍ତୁ, ପ୍ରକୃତରେ ସହର ଭିତରେ ହିଁ ସୁନ୍ଦର ଭାବେ ଲଗାଯାଇଛି। ବ୍ୟକ୍ତିଗତ ମାଲିକାନାରେ କୌଣସି ଖଜୁରି ବଗିଚା ନାହିଁ। ସବୁତକ ସ୍ଥାନୀୟ ପ୍ରଶାସନର ସ˚ପତ୍ତି। ଖଜୁରି ଗଛ, ସେଠାକାର ସାମାଜିକ ସ˚ସ୍କୃତିର ଅ˚ଶବିଶେଷ। ୨୦୦୦ରେ ଏଲ୍‌ଚିକୁ ବିଶ୍ୱ ଐତିହ୍ୟ ମାନ୍ୟତା ମିଳିଥିଲା।

ସମ୍ବନ୍ଧିତ ଖବର