୨୦୨୧ ପର ଠାରୁ ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ହେବା ପାଇଁ ପିଏଚଡି ଡିଗ୍ରୀ ଆବଶ୍ୟକ!

ବିଶ୍ୱବିଦ୍ୟାଳୟ ପାଇଁ ଆସିବ ନୂଆ ନିୟମ। ୨୦୨୧ ପର ଠାରୁ ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ହେବା ପାଇଁ ପିଏଚଡି ଡିଗ୍ରୀ ଆବଶ୍ୟକ ପଡିବ। ଏପରିକି ଆସିଷ୍ଟଣ୍ଟ ପ୍ରଫେସର ପଦ ପାଇଁ ମଧ୍ୟ ପିଏଚଡିର ଆବଶ୍ୟକତା ରହିବ। କେବଳ ସେତିକି ନୁହେଁ ବିନା ପିଏଚଡି ଡିଗ୍ରୀରେ କେହି ମଧ୍ୟ ୟୁନିଭରସିଟିରେ ପାଠ ପଢାଇ ପାରିବେନାହିଁ। ଏହା ସହିତ ଶିକ୍ଷକଙ୍କୁ ଇଂଣ୍ଡକ୍ସନ ପ୍ରୋଗ୍ରାମକୁ ମଧ୍ୟ ପୂରା କରିବାକୁ ପଡିବ। ଏହାଛଡା ବିିଭିନ୍ନ କାର୍ଯ୍ୟକ୍ରମ ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ପାଇଁ ଅଧ୍ୟାପକ ମାନଙ୍କୁ ଅଧିକ ଦୁଇଘଣ୍ଟା ଦେବାକୁ ପଡ଼ିବ।

ମାନବ ସମ୍ବଳ ମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଏବେ ସହାୟକ ପ୍ରଫେସର ହେବା ପାଇଁ ସର୍ବନିମ୍ନ ଯୋଗ୍ୟତା ନେଟ ବା ନ୍ୟାସନାଲ ଇଲିଜିବଲ ଟେଷ୍ଟ ପରୀକ୍ଷାରେ ଉର୍ତ୍ତିଣ୍ଣ ହେବାକୁ ପଡୁଥିଲା, କିନ୍ତୁ ଏବେ ଏହି ନିୟମକୁ ବଦାଳାଇବା ପାଇଁ ଚେଷ୍ଟା ଜାରି ରହିଛି। ସେ ଏହା ମଧ୍ୟ କହିଛନ୍ତି ପିଏଚଡିକୁ ଛାଡି ଶିକ୍ଷକ ହେବା ପାଇଁ ଇଛୁକ ପ୍ରାର୍ଥୀମାନଙ୍କୁ ନେଟ ପରୀକ୍ଷା କିମ୍ବା ଅଧ୍ୟାପକ ପାଇଁ ହେଉଥିବା ରାଜ୍ୟ ସ୍ତରୀୟ ପରୀକ୍ଷାରେ ଉର୍ତ୍ତିଣ୍ଣ ହେବାକୁ ପଡିବ।

ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ୟୁଜିସି ଖୁବଶୀଘ୍ର ସର୍ବନିମ୍ନ ଯୋଗ୍ୟତା ସ୍ଥିର କରିବାକୁ ଯାଉଛି। ୟୁଜିସିର କହିବା ଅନୁସାରେ ଶିକ୍ଷକ ଏବଂ ପ୍ରଫେସରଙ୍କ ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ଥିର କରାଗଲେ ଶିକ୍ଷାସ୍ତରରେ ସୁଧାର ଆସି ପାରିବ। ଏହା ସହିତ ଜୁଲାଇ ୧, ୨୦୨୧ ପର ଠାରୁ ଆସୋସିଏଟ ପ୍ରୋଫେସରରୁ ପ୍ରମୋସନ ପାଇବାକୁ ହେଲେ ପିଏଚଡି ଡିଗ୍ରୀ ମଧ୍ୟ ଆବଶ୍ୟକ ପଡିବ। ତେବେ ୨୦୦୯ରୁ ପିଏଚଡି କରିଥିବା ଶିକ୍ଷକମାନଙ୍କ ପାଇଁ ନେଟ ପରିକ୍ଷାର ଆବଶ୍ୟକତା ନାହିଁ। କିନ୍ତୁ ପିଏଚଡି ଡିଗ୍ରୀ ପାଇନଥିବା ବ୍ୟକ୍ତି ମାନଙ୍କ ପାଇଁ ନେଟ ପାସ କରିବା ଆବଶ୍ୟକ ଅଟେ। ତେବେ ସରକାର ଉଚ୍ଚ ଶିକ୍ଷାରେ ସୁଧାର ଆଣିବା ପାଇଁ ଅନ୍ୟ କେତେକ ପଦକ୍ଷେପ ମଧ୍ୟ ଉଠାଇବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର