ଗୋଲାପୀ ସପୁରି!
ଆମେରିକାର ବଜାରଗୁଡ଼ିକରେ ଗୋଲାପୀ ରଙ୍ଗର ସପୁରି ବିକ୍ରି ଆରମ୍ଭ ହୋଇଛି। ନାମ ରଖାଯାଇଛି ‘ରୋଜ୍’। ‘ଡେଲ୍ ମୋଣ୍ଟ୍ ଫ୍ରେସ୍ ପ୍ରଡ୍ୟୁସ୍’ ପକ୍ଷରୁ ଏହି ସପୁରୀ ଚାଷ ଓ ବିକ୍ରି କରାଯାଉଛି। ଏହି ସଂସ୍ଥାରେ କାର୍ଯ୍ୟରତ କୃଷି ବିଜ୍ଞାନୀମାନେ ଜେନିଟିକ୍ ଇ˚ଜିନିଅରି˚ ପଦ୍ଧତିରେ ଗୋଲାପୀ ସପୁରି ବିକଶିତ କରିବାରେ ସଫଳ ହୋଇଥିଲେ। ଲାଇକୋପିନ୍ର ପ୍ରୟୋଗ ଦ୍ୱାରା ସେମାନଙ୍କୁ ଏଥିରେ ସଫଳତା ମିଳିଥିଲା। କୋଷ୍ଟାରିକା ଓ ହାଵାଇରେ ଏକର୍ ଏକର୍ ଜମିରେ ଗୋଲାପୀ ସପୁରୀ ଚାଷ କରାଯାଉଛି। ଏହାର ସାଧାରଣ ସପୁରୀ ତୁଳନାରେ ଅଧିକ ସ୍ୱାଦିଷ୍ଠ।