କଦଳୀଗଛ ଗୋଟାଏ ଗଛ ନ ହୋଇଥିଲେ ବି ଆକାର ପ୍ରକାର ଯୋଗୁଁ ଏହାକୁ ଗଛ କୁହାଯାଏ। ଅତି ପବିତ୍ର ବୋଲି ବିଚାର କରାଯାଉଥିବା ଏହି ଗଛର ସବୁ ଅଂଶ ଭିନ୍ନ ଭିନ୍ନ କାମରେ ଲାଗେ। ଉଦାହରଣ ସ୍ୱରୂପ କଦଳୀଗଛର ଗଣ୍ଡିରେ ସ୍ୱାଗତ ତୋରଣ ହୁଏ। ପତ୍ରରେ ଅତିଥିଙ୍କୁ ଭୋଜନ ପରିବେଷଣ କରାଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାଚୀନ ଶାସ୍ତ୍ରାନୁସାରେ ଦେବଗୁରୁ ବୃହସ୍ପତିଙ୍କ ତୁଲ୍ୟ। ଯେଉଁମାନେ ବୃହସ୍ପତି ରତ୍ନପଥର କିଣିବାକୁ ଅସମର୍ଥ ସେମାନେ କଦଳୀ ଚେର ଧାରଣ କଲେ ସମାନ ଫଳ ମିଳେ। ଘର ପରିଧିରେ କଦଳୀଗଛ ରଖିବା ବୃହସ୍ପତିଙ୍କୁ ଆଣି ଘରେ ରଖିବା ସହ ସମାନ।
ବୈଦିକ କର୍ମକାଣ୍ଡରେ କଦଳୀପତ୍ର ବ୍ୟବହାର କରାଯାଏ। କଦଳୀଫଳ ସବୁଠୁ ଅଧିକ ଶକ୍ତିପ୍ରଦାୟକ।
ଅର୍ଥ ବା ଉପହାର ଆଦି ଗୁରୁଦକ୍ଷିଣା ଦେବାକୁ ଅସମର୍ଥ ବ୍ୟକ୍ତି ଗୁରୁଙ୍କୁ କେତୋଟି କଦଳୀ ଦେବା ବିଧେୟ। ଘର ପ୍ରତିଷ୍ଠା, ବିବାହ ଓ ଧାର୍ମିକ ଅନୁଷ୍ଠାନରେ କଦଳୀଗଛ ଘରଦୁଆର ଦୁଇ ପାର୍ଶ୍ୱରେ ପୋତାଯାଏ।
ମାଙ୍ଗଳିକ ଦୋଷଯୁକ୍ତ ବ୍ୟକ୍ତି କଦଳୀଗଛକୁ ବିବାହ କଲେ ଦୋଷ କଟିଯାଏ। କଦଳୀଗଛ ଭଗବାନ ବିଷ୍ଣୁଙ୍କର ପ୍ରିୟ। ଲକ୍ଷ୍ମୀନାରାୟଣଙ୍କୁ କଦଳୀ ନୈବେଦ୍ୟ ଦେଲେ ବୈବାହିକ ଜୀବନ ସୁଖମୟ ହେବା ସହ ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ହୁଏ। ଘରପରିବାର ସୁଖରେ ରହନ୍ତି। ପୌଷ ଶୁକ୍ଳ ଏକାଦଶୀ ଲକ୍ଷ୍ମୀନାରାୟଣଙ୍କୁ କଦଳୀ ନୈବେଦ୍ୟ ଦେବା ବିଧେୟ।