ଅଦରକାରୀ କୋଲଡ୍ରିଙ୍କସ୍‌ କିମ୍ବା ପାଣି ବୋତଲରୁ ଘରେ ତିଆରି କରନ୍ତୁ ପାଓ୍ଵାରଫୁଲ କ୍ୟାମେରା ଲେନସ୍‌

ଆମେ ଅନେକ ସମୟରେ କୋଲଡ୍ରିନକ୍ସ କିମ୍ବା ପାଣି ପିଇ ସାରିବା ପରେ ସେହି ବୋତଲକୁ ଫିଙ୍ଗି ଦେଇଥାଉ। କିନ୍ତୁ ଆପଣ ଜାଣନ୍ତି ଏହି ଅଦରକାରୀ ବୋତଲକୁ ବ୍ୟବହାର କରି ପାୱାରଫୁଲ କ୍ୟାମେରା ଲେନ୍‌ସ ପ୍ରସ୍ତୁତ କରିପାରିବେ । ତେବେ ଏହି ଲେନ୍‌ସର ବିଶେଷ ଆକର୍ଷଣ ହେଉଛି, ଏହାର ଜୁମ୍‌ ବହୁତ ଭଲ ରହିବ । ଅର୍ଥାତ ଦୂରରେ ଥିବା ଜିନିଷ ବା ବସ୍ତୁ ସ୍ପଷ୍ଟ ଭାବରେ ନଜର ଆସିବ । ଏହି ଲେନ୍‌ସକୁ ତିଆରି କରିବାର ପ୍ରକ୍ରିୟା ମଧ୍ୟ ବହୁତ ସହଜ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ତିଆରି କରିବେ।

ଲେନ୍‌ସ ତିଆରି କରିବା ପାଇଁ ପ୍ରଥମେ ଏକ ସଫା ପ୍ଲାଷ୍ଟିକ୍‌ ବୋତଲ ନିଅନ୍ତୁ। ଏହାପରେ ବୋତଲ କାଟିବା ପାଇଁ ଛୁରୀ, ଯୋଡ଼ିବା ପାଇଁ ଫେବିକୁଇକ୍‌ କିମ୍ବା ଯେକୌଣସି ଅଠା, ଗୋଟିଏ ଇନଜେକସ (ଛୁଞ୍ଚି ସହିତ) ଆଦି ଯୋଗାଡ଼ି ରଖନ୍ତୁ।

ସର୍ବପ୍ରଥମେ ଏହି ସଫା ପ୍ଲାଷ୍ଟିକ୍‌ ବୋତଲରୁ ଆପଣଙ୍କୁ ଦୁଇଟି ସର୍କଲ ତଥା ଗୋଲାକାର ବା ବୃତ୍ତାକାର ଖଣ୍ଡ ବାହାର କରନ୍ତୁ । ଏହି ସର୍କଲ ବୋତଲର କ୍ୟାପ ତଥା ଠିପିଠାରୁ ବଡ ହୋଇଥିବା ଦରକାର । ଧ୍ୟାନ ରଖିବେ କି ବୋତଲର ଯେଉଁ ଅଂଶରୁ ଆପଣଙ୍କୁ ଏହି ସର୍କଲ ବାହାର କରିବାର ଅଛି, ସେଠାରେ କୌଣସି ପ୍ରକରାର ସ୍କାର୍ଚ ହୋଇ ନଥିବା ଆବଶ୍ୟକ । ଏହାପରେ ଦୁଇଟି ଯାକ ଭାଗର କୋଣକୁ ଫେବିକୁଇକ ସହାୟତାରେ ଲଗାଇ ଦିଅନ୍ତୁ । ଯେଉଁଥିରେ କେବଳ ଇଂଜେକସନ ଛୁଞ୍ଚି ପ୍ରବେଶ କରୁଥିବା ଭଳି ଜାଗା ରଖନ୍ତୁ ।

ଏହାପରେ ଇନଜେକସନରେ ସଫା ପାଇଁ ଭର୍ତ୍ତି କରି ଛୁଞ୍ଚିକୁ ସର୍କଲରେ ପୁରାଇ ପାଣି ଭର୍ତ୍ତି କରିଦିଅନ୍ତୁ । ଏହି ସ୍ପେସକୁ ବି ଅଠା ଦେଇ ଲଗାଇ ଦିଅନ୍ତୁ । ବୋତଲର କ୍ୟାପ ତଥା ଠିପିର ଉପରି ଭାଗକୁ ଛୁରୀରେ କାଟି ଦିଅନ୍ତୁ। ଧ୍ୟାନ ରଖିବେ କି ଠିପିର ଉପରି ଭାଗ  ଯେପରି ନକଟେ ।

ପ୍ରସ୍ତୁତ ହୋଇଥିବା ଏହି ସର୍କଲକୁ କଟା ଯାଇଥିବା ସର୍କଲର ଉପର ଆଡକୁ ଅଠାରେ ଲଗାଇ ଦିଅନ୍ତୁ। ଦେଖିବେ କି ଏହି ସର୍କଲ ଯେପରି ଠିପିର ବାହାର ପଟକୁ ବାହାରି ଥିବା ଦରକାର । ଏହାପରେ ପ୍ରସ୍ତୁତ ହୋଇଥିବା ଏହି ଲେନ୍‌ସକୁ ସ୍ମାର୍ଟଫୋନର କ୍ୟାମେରା ଉପର ଟ୍ୟାପରେ ଫିକ୍ସ କରିଦିଅନ୍ତୁ ଏବଂ ଫିକ୍ସ କରିବା ପାଇଁ ଅଠା ବ୍ୟବହାର କରନ୍ତୁ ।

ଏବେ ଦେଖିବେ ସ୍ମାର୍ଟଫୋନ କ୍ୟାମେରାର ଜୁମ୍‌ ପୂର୍ବ ଅପେକ୍ଷା ଅଧିକ ଇଫେକ୍ଟିଭ ନଜର ଆସିବ ଏବଂ ଦୂରରୁ ହିଁ କୌଣସି ବି ବସ୍ତୁ ବା ଜିନିଷ ବହୁତ ନିକଟତର ନଜର ଆସିବ ।

ସମ୍ବନ୍ଧିତ ଖବର