ରକ୍ତଶର୍କରା କମିଯିବାରୁ ଅସୁସ୍ଥ ହୋଇଯାଇଥିଲେ ବୁଢା ମଉସା, ପୁଲିସ ପହଂଚି ଖୁଆଇଲା ମିଠା

କାନପୁର: କରୋନା ଭାଇରସ ମହାମାରୀର ସଙ୍କଟ ମଧ୍ୟରେ ଉତ୍ତରପ୍ରଦେଶ ପୁଲିସର ଏକ ଅଭିନବ ରୂପ ସାମ୍ନାକୁ ଆସିଛି | ଲକ୍ଷ୍ନୗର ଜଣେ ୮୩ ବର୍ଷ ବୟସ୍କ ବୃଦ୍ଧ ରକ୍ତଚାପ କାରଣରୁ ପୁଲିସର ସାହାଯ୍ୟ ଲୋଡିଥିଲେ। ରକ୍ତଚାପ ହଠାତ କମିଯିବା କାରଣରୁ ମିଠା ଟିକେ ଖାଇବା ଆବଶ୍ୟକ ବୋଲି ବୃଦ୍ଧ ଜଣକ ପୁଲିସଙ୍କୁ ଫୋନ କରି କହିଥିଲେ | କଲ୍ ପାଇବା ମାତ୍ରେ ୟୁପି ପୁଲିସ କର୍ମଚାରୀମାନେ ବୃଦ୍ଧଙ୍କୁ ସାହାଯ୍ୟ କରିବାକୁ ତୁରନ୍ତ ପହଞ୍ଚିଥିଲେ, ଯାହାର ଭିଡିଓ ସାମ୍ନାକୁ ଆସିଛି।


ଭିଡିଓରେ, ୟୁପି ପୁଲିସ କର୍ମଚାରୀମାନେ ବୃଦ୍ଧଙ୍କୁ ମିଠା ଖୁଆଇଦେଇଥିଲେ ଏବଂ ସାହାଯ୍ୟ ପାଇବା ପରେ ଏହି ବୃଦ୍ଧ ବ୍ୟକ୍ତି ବହୁତ ଖୁସି ହୋଇଯାଇଥିଲେ | ମିଳିଥିବା ସୂଚନା ମୁତାବକ ଲକ୍ଷ୍ନୗର ୮୩ ବର୍ଷ ବୟସ୍କ ଆରସି କେସରୱାନୀ ତାଙ୍କ ଘରେ ଏକୁଟିଆ ରୁହନ୍ତି |

ସେ ମଧୁମେହରେ ପୀଡିତ ଥିବାବେଳେ ବୃଦ୍ଧଙ୍କ ପୁଅ ଓ ବୋହୂ ଆମେରିକାରେ ରହୁଛନ୍ତି। ଲକଡାଉନ ସମୟରେ କେସରୱାନୀଙ୍କ ରକ୍ତଶର୍କରା କମିଯାଇଥିବାବେଳେ ସେ ଲକ୍ଷ୍ନୗ ପୁଲିସର ସାହାଯ୍ୟ ଲୋଡିଥିଲେ। ଏହି କଲ ପାଇବା ପରେ ପୁଲିସ ବୃଦ୍ଧଙ୍କ ନିକଟରେ ପହଞ୍ଚି ତାଙ୍କୁ ସାହାଯ୍ୟ କରିଥିଲା।

ସମ୍ବନ୍ଧିତ ଖବର