ଲୁଚି ଲୁଚି କାଠ, ପ୍ଲାଷ୍ଟିକ୍‌ ଖାଇବା ମହଙ୍ଗା ପଡ଼ିଲା: ଅଦ୍ଭୂତ ରୋଗର ଶିକାର ହେଲେ ବାଳକ

ଅମ୍ରିତସର: ପଞ୍ଜାବର ଜଣେ ୧୬ ବର୍ଷିଅ ନାବାଳକ ରୀତିମତ ଭାବେ କାଠ ଓ ପ୍ଲାଷ୍ଟିକ ଖାଇବା ମହଙ୍ଗା ପଡ଼ିଲା। ପ୍ରତିଦିନ ଲୁଚି ଲଚି ଏପରି ଅଖାଦ୍ୟ ଖାଉଥିବା ଅର୍ଜୁନ ଶାହା ଏକ ଭୟାନକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ଅର୍ଜୁନଙ୍କର ଭୋକ ମରିବାରେ ଲାଗିଲା। ସେ ଆଉ ବିଶେଷ ଖାଇବା ପିଇବା କରିପାରିଲେ ନାହିଁ। ମାତ୍ର ଦିନ କେଇଟାରେ ଅର୍ଜୁନଙ୍କ ଓଜନ ୧୫ କିଲୋ ହ୍ରାସ ପାଇବା ଘର ଲୋକଙ୍କୁ ଚକିତ କରିଥିଲା। ଶେଷରେ ସେମାନେ ଡାକ୍ତରଙ୍କ ସହାୟତା ନେଇଥିଲେ।

ଡାକ୍ତରମାନେ ଅର୍ଜୁନଙ୍କ ଚିକିତ୍ସା କରିବାରୁ ଜାଣିବାକୁ ପାଇଲେ ଯେ ତାଙ୍କ ପେଟରେ ଏପରି କିଛି ଅଛି ଯାହା ଖାଦ୍ୟ କ’ଣ ପାଣିକୁ ବି ଅବରୋଧ କରି ରଖୁଛି। ଅର୍ଥାତ ଶରୀରର ଯେଉଁ ସ୍ଥାନରେ ଖାଦ୍ୟା ପାଣି ପହଞ୍ଚିଲେ ଉତ୍ତମ ହଜମ ହୋଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ ସେପରି ସ୍ଥାନରେ ଖାଦ୍ୟା ପହଞ୍ଚି ପାରୁନାହିଁ। ଏପରି କେମିତି ହେଲା ବୋଲି ଜାଣିବା ପାଇଁ ଡାକ୍ତମାନେ ଅର୍ଜୁନଙ୍କ ପେଟରେ ଏଣ୍ଡୋସ୍କୋପି କରିଥିଲେ। କ୍ୟାମେରା ସାହାଯ୍ୟରେ ଦେଖିବାକୁ ପାଇଲେ ଯେ ତାଙ୍କ ପେଟରେ ବହୁଳ ପରିମାଣର କାଠ ଏବଂ ପ୍ଲାଷ୍ଟିକ୍‌ ଗୁଣ୍ଡ ରହିଛି। ତାହା ପେଟ ମଧ୍ୟରେ ମେଳେଇ ପାରିନଥିବା ହେତୁ ଅର୍ଜୁନ ପିକା-ଏ-ଡିସ୍‌ଅର୍ଡର ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଡାକ୍ତରମାନେ ଅର୍ଜୁନର ଅସ୍ତ୍ରୋପଚାର କରିବାର ନିଷ୍ପତ୍ତି ନେଲେ। ଥରେ ନୁହେଁ, ଦୁଇ ଦୁଇ ଥର ଅର୍ଜୁନଙ୍କ ଅସ୍ତ୍ରୋପଚାର କରିବା ଫଳରେ ତାଙ୍କ ପେଟରୁ ସମୁଦାୟ ୭୦୦ ଗ୍ରାମ କାଠ ଏବଂ ୩୦୦ ଗ୍ରାମ ପ୍ଲାଷ୍ଟିକ୍‌ ବାହାରିଥିଲା।

 

ସମ୍ବନ୍ଧିତ ଖବର