ଭିଆରଏସ ନେଇଥିବା ରେଳକର୍ମଚାରୀଙ୍କ ପିଲାଙ୍କୁ ଚାକିରି ଦେବାରେ ଲାଗିଲା ରୋକ୍‌ !

ନୂଆଦିଲ୍ଲୀ: ଭାରତୀୟ ରେଳ ମନ୍ତ୍ରାଳୟ ସ୍ୱଇଚ୍ଛାକୃତ ଅବସର ଯୋଜନା (ଭିଆରଏସ ସ୍କିମ) ୨୦୦୪ରେ ଆରମ୍ଭ କରିଥିଲେ। କିନ୍ତୁ ଏଣିକି ଏହା ଉପରେ ଅଙ୍କୁଶ ଲାଗିଛି ବୋଲି ରେଳ ମନ୍ତ୍ରାଳୟ ସୂଚନା ଦେଇଛନ୍ତି। ଭିଆରଏସ ସ୍କିମ ଜରିଆରେ ଭିଆରଏସ ନେଇଥିବା କର୍ମଚାରୀମାନଙ୍କର ପିଲାଙ୍କୁ ଚାକିରି ମିଳିଥାଏ । ଯାହା ଉପରେ ବର୍ତ୍ତମାନ ରୋକ୍‌ ଲଗାଯାଇଛି। ତେବେ ଭିଆରଏସ ସମ୍ବିଧାନିକ ରୂପରେ ସଠିକ୍‌ କି ନୁହେଁ , ସେନେଇ ସୁପ୍ରିମକୋର୍ଟ ବିଚାର କରିବେ ବୋଲି ସ୍ପଷ୍ଟ କରାଯାଇଛି ।

ରେଳମନ୍ତ୍ରାଳୟ ଏକ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଏହି ସ୍କିମକୁ ଗତ ମାସରୁ ବନ୍ଦ କରି ଦେଇଛନ୍ତି। ରେଲବାଇର ସମସ୍ତ କ୍ଷେତ୍ରକୁ ଏନେଇ ଏକ ନିର୍ଦ୍ଦେଶନାମାରେ ପଠାଯାଇଛି। ସେଥିରେ ସ୍ପଷ୍ଟ କରାଯାଇଛି କି, ଯେପର୍ଯ୍ୟନ୍ତ ଭିଆରଏସକୁ ନେଇ ଅନ୍ୟ ଏକ ବିକଳ୍ପ କିମ୍ବା ନିର୍ଦ୍ଦେଶ ନଆସିଛି ସେ ପର୍ଯ୍ୟନ୍ତ ଲିବରଲାଇଜଡ୍‌ ଆକ୍ଟିଭ ରିଟାୟରମେଂଟ ସ୍କିମ ଫର ଗ୍ୟାରେଂଟି ଫର ସେଫ୍‌ଟି ଷ୍ଟାଫ(LARSGESS)କୁ ରୋକାଯାଉ ।

ତେବେ ଭିଆରଏସ ଉପରେ ଆଧାରିତ ଏକ ମାମଲାର ଶୁଣାଣି କରିବା ସମୟରେ ପଞ୍ଜାବ ଏବଂ ହରିଆଣା କୋର୍ଟ ଗତ ଜୁଲାଇ ମାସରେ କହିଛନ୍ତି ଯେ, ଏହାଦ୍ୱାରା ସମ୍ବିଧାନର ସରକାରୀ ଚାକିରିଗୁଡିକର ସମାନ ଅବସର ନିଷ୍ପତି ବା The principle of equal opportunitiesର ଉଲ୍ଲଘଂନ କରାଯାଉଛି । ଏପ୍ରକାରର ପଲିସି କାରଣରୁ ସମ୍ବିଧାନ ଅନୁଚ୍ଛେଦ ୧୪ ଏବଂ ୧୬ର ଉଲ୍ଲଘଂନ ହେଉଛି ।

ଉଲ୍ଲେଖଯୋଗ୍ୟ ଯେ,LARSGESS ରେଳବିଭାଗରେ ସୁରକ୍ଷା କ୍ଷେତ୍ରରେ ଯଥା ଡ୍ରାଇଭର୍ସ ଏବଂ ଗନମ୍ୟାନର ଚାକିରି କରୁଛନ୍ତି । ଏହି ଚାକିରିରେ ହଟାକଟା ତଥା ସଂପୂର୍ଣ୍ଣ ସୁସ୍ଥ ରହିବା ଆବଶ୍ୟକ । ହେଲେ ଏକ ର୍ନିଦ୍ଧାରିତ ବୟସ ପରେ ଶାରୀରିକ କ୍ଷମତା ଦୁର୍ବଳ ହୋଇପଡିଥାଏ ତେଣୁ ଏଭଳି ପରିସ୍ଥିତିରେ ଯଦି କର୍ମଚାରୀମାନେ ଭିଆରଏସ ନିଅନ୍ତି ତେବେ ସେମାନଙ୍କ ପିଲାଙ୍କୁ ଚାକିରି ସେମାନଙ୍କ ସ୍ଥାନରେ ଦିଆଯାଇଥାଏ । ତେବେ ୨୦୦୪ରେ ନିତିଶ କୁମାର ରେଳମନ୍ତ୍ରୀ ଥିବା ସମୟରେ LARSGESSର ଆରମ୍ଭ ହୋଇଥିଲା। ଏହି ସମୟରେ ପାଖାପାଖି ୨୦,୦୦୦ ଲୋକଙ୍କୁ ଉକ୍ତ ସ୍କିମ ଆଧାରରେ ଚାକିରି ମିଳିସାରିଛି ।

ସମ୍ବନ୍ଧିତ ଖବର