ଅଧ ଟନ୍ ଗଞ୍ଜେଇ ଖାଇଗଲେ ମୂଷା !
ଶୀର୍ଷକ ପଢ଼ି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ଭାବୁଥାଇ ପାରନ୍ତି ମୂଷା କିପରି ଅଧ ଟନ୍ ଗଞ୍ଜେଇ ଖାଇ ପାରିବ। ଆଜ୍ଞା ହିଁ ମୂଷା ପାଖାପାଖି ୫୪୦ କିଲୋଗ୍ରାମ୍ ଗଞ୍ଜେଇ ଖାଇ ଯାଇଛି। ଏ ଭଳି ଏକ ଘଟଣା ଘଟିଥିବା ବିଷୟରେ ସଫେଇ ଦେଇଛନ୍ତି ଆର୍ଜେଣ୍ଟିନା ଅନ୍ତର୍ଗତ ପିଲାର୍ର ପୁଲିସ୍ କମିସନର୍ ଜାଭିଏର୍ ସ୍ପେସିଆ।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ଦିନ ତଳେ ଗଞ୍ଜେଇ ଚାଲଣକାରୀଙ୍କଠାରୁ ଗଞ୍ଜେଇତକ ଜବତ କରାଯାଇଥିଲା। ଜବତ ହୋଇଥିବା ଗଞ୍ଜେଇକୁ ପୁଲିସ୍ ମାଲଖାନାରେ ରଖାଯାଇଥିଲା। ଏହା ସରକାରୀ କାଗଜ-ପତ୍ରରେ ଉଲ୍ଲେଖ ମଧ୍ୟ କରାଯାଇଥିଲା। ତେବେ ଜାଭିଏର୍ଙ୍କ ବଦଳି ହେବାରୁ, ଦାୟିତ୍ୱ ନେବାକୁ ପହଞ୍ଚିଲେ ଏମିଲିଓ ପୋର୍ଟିରୋ। ଦାୟିତ୍ୱ ହସ୍ତାନ୍ତର ହେବା ପରେ ମାଲଖାନାରେ ଗଞ୍ଜେଇ ଦେଖିବାକୁ ପହଞ୍ଚି ଥିଲେ, କିନ୍ତୁ ସେଠାରେ ଗଞ୍ଜେଇ ନ ଥିବା, ସେ ଜାଣିବାକୁ ପାଇଲେ। ତେବେ ଏପରି କିପରି ହେଲା ପଚାରିବାରୁ ମୂଷା ଗଞ୍ଜେଇତକ ଖାଇଯାଇଥିବା ସଫେଇ ଦେଲେ ଜାଭିଏର୍। ତାଙ୍କର ସଫେଇ, ଏମିଲିଓଙ୍କର ହଜମ ହେଲାନାହିଁ। ତେଣୁ, ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ଅବଗତ କରାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।