ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨୦୫୦ ସୁଦ୍ଧା ଦେଶରେ ହ୍ରାସ ପାଇବ ଧାନ, ଗହମ ଓ କ୍ଷୀର ଉତ୍ପାଦନ!

ବର୍ତ୍ତମାନ ସବୁଠାରୁ ଗୁରୁତର ସମସ୍ୟା ହେଉଛି ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ। ବିଶେଷକରି ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ଅତ୍ୟନ୍ତ ଚିନ୍ତାଜନକ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗାମୀ ସମୟରେ ଭାରତ ଅନେକ ଅସୁବିଧା ଭୋଗିପାରେ । ୨୦୫୦ ପର୍ଯ୍ୟନ୍ତ ଭାରତରେ ଫଳମୂଳ ବ୍ୟତୀତ କ୍ଷୀର, ଗହମ, ଧାନ ଉତ୍ପାଦନ କମିଯିବାର ସମ୍ଭାବନା ରହିଛି । ପରିବେଶ ସନ୍ତୁଳନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଏପରି ତଥ୍ୟ ସାମାନକୁ ଆସିଛି ।

ରିପୋର୍ଟରୁ ଜଣାପଡ଼ିଛି କ୍ଷୀର, ଗହମ ଓ ଧାନ ଉତ୍ପାଦନକୁ ନେଇ ଯଦି ଭାରତ ସମୟ ଥାଉ ଥାଉ ସାବଧାନ ନହୁଏ, ତେବେ ୨୦୫୦ ପର୍ଯ୍ୟନ୍ତ ଏହାର ନକରାତ୍ମକ ପ୍ରଭାବ ଦେଖିବା ପାଇଁ ପଡ଼ିବ। ୨୦୫୦ ବେଳକୁ ଦେଶରେ ୧.୬ ମେଟ୍ରିକ ଟନ୍ କ୍ଷୀର ଉତ୍ପାଦନ କମ ହୋଇପାରେ । ଏହା ବ୍ୟତୀତ ଚାଉଳ ସମେତ ଅନେକ ଖାଦ୍ୟଶଷ୍ୟ ଉତ୍ପାଦନ ମଧ୍ୟ କମ୍ ହୋଇଯିବ । ଏପରି ହେବାଦ୍ୱାରା ଚାଷୀଙ୍କ ଜୀବନଜୀବିକା ଉପରେ ଅଧିକ ପ୍ରଭାବ ପଡ଼ିବ ।

ଜଳବାୟୁ ପରିବର୍ତ୍ତନର ସିଧା ପ୍ରଭାବ ଖାଦ୍ୟଶଷ୍ୟ ଅମଳ ଉପରେ ପଡ଼ିବ । ୨୦୫୦ ସୁଦ୍ଧା ଚାଉଳ ଉତ୍ପାଦନରେ ୪ରୁ ୬ ପ୍ରତିଶତ, ଆଳୁରେ ୧୧ ପ୍ରତିଶତ, ମକାରେ ୧୮ ପ୍ରତିଶତ ଓ ସୋରିଷରେ ୨ ପ୍ରତିଶତ ଉତ୍ପାଦନ କମ୍ ହେବାର ଅନମାନ କରାଯାଉଛି । ତେବେ ଜଳବାୟୁ ପରିବର୍ତ୍ତନର ସବୁଠାରୁ ଅଧିକ ପ୍ରଭାବ ଗମହ ଚାଷ ଉପରେ ପଡ଼ିବ । ଅନୁମାନ କରାଯାଉଛି ୬୦ ଲକ୍ଷ ଟନ୍ ପର୍ଯ୍ୟନ୍ତ ଗମହ ଉତ୍ପାଦନ କମିବ ।

ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ, ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ କ୍ଷୀର ଉତ୍ପାଦନ କମିବ । ଗ୍ଲୋବାଲ ୱାର୍ମିଂ ଯୋଗୁଁ ଏହି ରାଜ୍ୟରେ ଅଧିକ ଗରମ ଅନୁଭୂତ୍ ହେବ । ଆଉ ଏଥିପାଇଁ ପାଣିର ଅଭାବ ଦେଖାଦେବ । ଏହାର ପ୍ରଭାବରେ ପଶୁ ଉତ୍ପାଦକତା ଉପରେ ପଡ଼ିବ । ଦେଶରେ ସେଓ ଫସଲ ମଧ୍ୟ ଅଧିକ ପ୍ରଭାବିତ ହେବ । କପା ଉତ୍ପାଦନ ମଧ୍ୟ କମିଯିବ ବୋଲି ଅନୁମାନ ହେଉଛି ।

ସମ୍ବନ୍ଧିତ ଖବର