ଦୀର୍ଘ ୬୦ ବର୍ଷ ପରେ ସାଉଦି ଆରବରେ ମହିଳାଙ୍କୁ ପୁଣି ମିଳିଲା ଡ୍ରାଇଭିଂ କରିବାର ଅନୁମତି!

ଦୀର୍ଘ ୬୦ ବର୍ଷ ପରେ ଏବେ ସାଉଦି ଆରବରେ ମହିଳାଙ୍କୁ ଅଫିସିଆଲ ଭାବେ ରାସ୍ତାରେ ଗାଡି ଚଲାଇବାର ଅନୁମତି ମିଳିଛି। ଏହା ସହିତ ସାଉଦି ଆରବ ମହିଳାଙ୍କୁ ଗାଡି ଚଲାଇବା ଉପରେ ପ୍ରତିବନ୍ଧକ ହଟାଇଥିବା ଦୁନିଆର ଶେଷ ଦେଶ ବନିଯାଇଛି। ସାଉଦି ଆରବ ଦୁନିଆର ଏକମାତ୍ର ଦେଶ ଥିଲା, ଯେଉଁଠି ମହିଳାଙ୍କୁ ଡ୍ରାଇଭିଙ୍ଗ କରିବା ପାଇଁ ଦିଆଯାଉନଥିଲା।

ଏହି ଦେଶର ଇତିହାସରେ ଏହା ଏକ ଐତିହାସିକ ଦିନ, କାହିଁକିନା ୬୦ରୁ ଅଧିକ ବର୍ଷ ଧରି ମହିଳାଙ୍କୁ କେବଳ ଯାତ୍ରୀ ସିଟ୍‌ ରେ ବସିବାକୁ ପଡୁଥିଲା ଅର୍ଥାତ୍‌ ନିଜେ ଗାଡି ଚଲାଇ ପାରିବେନି। ଗାଡି ଚଲାଇବା ଉପରେ ପ୍ରତିବନ୍ଧକ ହଟିବା ପରେ ଗଲ୍‌ଫ ଦେଶରେ ୧.୫୧ ମହିଳା ପ୍ରଥମ ଥର ରାସ୍ତା ଉପରେ ଗାଡି ଚଲାଇବାକୁ ସକ୍ଷମ ହେବେ।

ଜଣାଇଦେଉଛୁ ଯେ, ସାଉଦି ଆବରେ ସେପ୍ଟେଟର ୨୦୧୭ରେ ମହିଳାଙ୍କୁ ଗାଡି ଚଲାଇବା ଉପରେ ପ୍ରତିବନ୍ଧକ ହଟାଇବାକୁ ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତି କ୍ରାଉନ୍‌ ପ୍ରିନ୍‌ସ ମହମ୍ମଦ ବିନ୍‌ ସଲମାନଙ୍କ ଭିଜନ୍‌ ୨୦୩୦ କାର୍ଯ୍ୟକ୍ରମର ଅଂଶ ଅଟେ। ସେ ୨୦୧୮ ପର୍ଯ୍ୟନ୍ତ ଏହି ଆଦେଶକୁ ଲାଗୁ କରିବାକୁ କହିଥିଲେ।

ଜେଦାହର ଏକ ମହିଳା ହମ୍‌ସା ଅଲ-ସୋନୋସୀଙ୍କ କହିବାନୁସାରେ ସେ ସ୍ୱପ୍ନରେ ବି କେବେ ଭାବି ନଥିଲେ କି ତାଙ୍କ ଜୀବନରେ ଗୋଟାଏ ଏମିତି ଦିନ ଦେଖିବାକୁ ପାଇବେ। ଜେଦାହ ମହିଳାଙ୍କୁ ଲାଇସେନ୍‌ସ ଦେଉଥିବା ଦେଶ ମଧ୍ୟରେ ଏହା ଦ୍ୱିତୀୟ ଦେଶ। ସାଉଦି ଆରବକୁ କଠୋରପନ୍ଥୀ ଦେଶ ଭାବେ ଗଣାଯାଏ, ଯେଉଁଠି ମହିଳାଙ୍କ ପାଇଁ ବହୁତ କଟକଣା ଅଛି। ସାଉଦି ଶାସକ ସଲମାନଙ୍କ ଏହି ପଦକ୍ଷେପକୁ ସାରା ଦୁନିଆରେ ପ୍ରଶଂସା କରାଯାଇଛି ।

ସମ୍ବନ୍ଧିତ ଖବର