ଏଣିକି ମୋବାଇଲ ଫୋନ୍‌ ଜରିଆରେ ଯାଞ୍ଚ କରିହେବ କ୍ଷୀରର ଶୁଦ୍ଧତା !

ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ କ୍ଷୀର ପିଇବାକୁ ଭଲ ପାଇଥାନ୍ତି । ଏପରିକି କ୍ଷୀରରେ ଅଧିକ ମାତ୍ରାରେ ପ୍ରୋଟିନ୍ ମଧ୍ୟ ରହିଛି । ତେବେ ଆପଣ ଜାଣିଛନ୍ତି କି, ଯେଉଁ କ୍ଷୀର ଆପଣ ପିଇଥାନ୍ତି, ସେଥିରେ କେତେ ମାତ୍ରାରେ କ୍ଷୀର ଥାଏ ଆଉ କେତେ ମାତ୍ରାରେ ପାଣି । ଆଗାମୀ ସମୟରେ ଏହାର ଯାଞ୍ଚ ମୋବଇଲ୍ ଫୋନ ଜରିଆରେ କରାଯାଇପାରିବ । ଆଇଆଇଟି ହାଇଦ୍ରାବାଦର ବିଶେଷଜ୍ଞମାନେ ସ୍ମାର୍ଟ ଫୋନ ଉପରେ ଆଧାରିତ ଏମିତି ଏକ ସେନ୍ସରିଂ ସିଷ୍ଟମ ବିକଶିତ କରୁଛନ୍ତି, ଯାହାକି କ୍ଷୀରର ଶୁଦ୍ଧତାକୁ ବାରି ପାରିବ ।

ପ୍ରଥମ ଷ୍ଟେପ୍ ଅନୁଯାୟୀ, ଆଇଆଇଟିର ଟିମ୍ ଇଣ୍ଡିକେଟର ପେପର ଜରି୍ଆରେ କ୍ଷୀରର ଶୁଦ୍ଧତା ଯାଞ୍ଚ କରିବା ପାଇଁ ଏକ ସିଷ୍ଟମ ପ୍ରସ୍ତୁତ କରିଛନ୍ତି । ଆଉ ଏହି ଇଣ୍ଡିକେଟର ପେପରର ରଙ୍ଗ କ୍ଷୀରରେ ଥିବା ଏସିଡିଟି ଆଧାରରେ ବଦଳିଥାଏ । ରିସର୍ଚ୍ଚ ଟିମ୍ ଏମିତି ଏକ ଫରମୁଲା ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯାହା ମୋବାଇଲ ଫୋନରେ ଇଣ୍ଡିକେଟର ପେପରରେ ବଦଳିଥିବା ରଙ୍ଗକୁ ଡିକୋଡ୍ କରିପାରିବ ।

ଏହି ରିସର୍ଚ୍ଚ ଆଇଆଇଟି ହାଇଦ୍ରାବାଦ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଙ୍ଗ ବିଭାଗର ପ୍ରଫେସର ଶିବ ଗୋବିନ୍ଦ ସିଂହଙ୍କ ନେତ୍ୱତ୍ୱରେ କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି, ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଭାରତରେ ୬୮.୭ ପ୍ରତିଶତ କ୍ଷୀର କିମ୍ବା କ୍ଷୀର ଜାତୀୟ ଦ୍ରବ୍ୟରେ ଅପମିଶ୍ରଣ ହୋଇଥାଏ। ଏଥିରେ ଡିଟରଜେଣ୍ଟ, ଗ୍ଲୁକୋଜ, ୟୁରିୟା, କାଷ୍ଟିକ୍ ସୋଡା, ହ୍ୱାଇଟ୍ ପେଣ୍ଟ୍ ଭଳି ସାମଗ୍ରୀ ମିଶିଥାଏ ।

ସମ୍ବନ୍ଧିତ ଖବର