ଖୁବଶୀଘ୍ର ୧୦ ଟଙ୍କିଆ ନୋଟର ପ୍ରଚଳନ କାହିଁକି ବନ୍ଦ ହୋଇଯିବ ଜାଣନ୍ତୁ !

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବଶୀଘ୍ର ୧୦ ଟଙ୍କିଆ ନୋଟର ପ୍ରଚଳନକୁ ବନ୍ଦ କରିବା ପାଇଁ ଆଲୋଚନା କରୁଛନ୍ତି। ଆଗାମୀ ଦିନରେ ୧୦ ଟଙ୍କିଆ ନୋଟ ବଦଳରେ ୧୦ ଟଙ୍କିଆ ମୁଦ୍ରା ବ୍ୟବହାର କରାଯିବ ବୋଲି କେନ୍ଦ୍ର ସରକାର ଏହି ମାମଲାର ନିଷ୍ପତ୍ତି ନେଇ ହାଇକୋର୍ଟକୁ ଜଣାଇଛନ୍ତି ।

କୋର୍ଟଙ୍କ କହିବାନୁସାରେ, ନୂଆ ନୋଟ ଯାଞ୍ଚ କରିବା ପାଇଁ ଦୃଷ୍ଟିହୀନ ଲୋକଙ୍କୁ ଡକାଯିବ । କେନ୍ଦ୍ର ସରକାରଙ୍କ ତରଫରୁ ଏସସଜି ସଂଜୟ ଜୈନ କହିଥିଲେ ଯେ ଦଶ ଟଙ୍କିଆ ନୋଟର ସ୍ଥାନରେ ୧୦ ଟଙ୍କିଆ ମୁଦ୍ରାକୁ ନିଆଯିବ। ଏହାବ୍ୟତୀତ ସେ କହିଥିଲେ ଯେ ୨୦/୫୦ ଟଙ୍କିଆ ନୋଟକୁ ସହଜରେ ଦୃଷ୍ଟିହୀନ ଲୋକମାନେ ଚିହ୍ନଟ କରିପାରୁଛନ୍ତି। ହାଇକୋର୍ଟରେ ଦାଏର ହୋଇଥିବା ଲୋକହିତକର ଯାଚିକାରେ କୁହାଯାଇଛି, ନୂଆ ନୋଟ ଜାଣିବା ସେପରି କୌଣସି ସ୍ୱତନ୍ତ୍ର ଚିହ୍ନ ନଥିବାରୁ ଦୃଷ୍ଟିହୀନମାନଙ୍କୁ ଚିହ୍ନଟ କରିବାରେ ଅସୁବିଧା ହେଉଛି । କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛି, କିପରି ଏହି ମୁଦ୍ରାକୁ ପରସ୍ପର ଠାରୁ ଅଲଗା ଚିହ୍ନଟ କରିପାରିବା ।

କୋର୍ଟ ଏହି ମାମଲାର ଶୁଣାଣି ପାଇଁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଛି । କେନ୍ଦ୍ର ସରକାର ଓ ଆରବିଆଇ ମିଳିତ ଭାବେ କୋର୍ଟଙ୍କୁ କହିଛନ୍ତି ନୂଆ ନୋଟକୁ ବିଶେଷଜ୍ଞଙ୍କ ପରାମର୍ଶ ଓ ଦୃଷ୍ଟିହୀନଙ୍କ ପାଇଁ କାମ କରୁଥିବା ଅନେକ ସଂସ୍ଥାନ ସହ ଆଲୋଚନା ପରେ ନୂଆ ନୋଟ୍‌ ଜାରି କରାଯାଇଥିଲା ।

କେନ୍ଦ୍ର ସରକାର ଓ ଆରବିଆଇ କୋର୍ଟକୁ କହିଛନ୍ତି, ଯେ ୨୦/୫୦ ଟଙ୍କା ନୋଟ ଜାଣିବା ପାଇଁ ସେପରି କିଛି ସ୍ୱତନ୍ତ୍ର ଚିହ୍ନ ଦିଆଯାଇନାହିଁ । କାରଣ ସେସବୁ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୁଏ ଓ ଧୀରେ ଧୀରେ ଲିଭି ମଧ୍ୟ ଯାଇଥାଏ। ତେବେ ଦୃଷ୍ଟିହୀନମାନେ ୧୦୦ ବା ତା’ ଠାରୁ ଅଧିକ ଟଙ୍କା ଚିହ୍ନଟ ପାଇଁ ସ୍ୱତନ୍ତ୍ର ଚିହ୍ନ ରହିଛି। ଏହା ବ୍ୟତୀତ ୧,୨,୫ ଓ ୧୦ ଟଙ୍କା ମୁଦ୍ରାକୁ ଚିହ୍ନଟ ପାଇଁ ଖାସ୍‌ ଚିହ୍ନ ତିଆରି ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର