ମୃତ୍ୟୁକୁ ସାମ୍ନାରେ ଦେଖିବା ପରେ ଯୁବକ ଲେଖିଲେ ହୃଦୟ ବିଦାରକ ଚିଠି; ମୋ ମୃତ୍ୟୁଶଯ୍ୟାରେ ପିନ୍ଧିବା ପାଇଁ ‘ଟାଏ’ ମୁଁ ବାଛି ସାରିଛି

ଯେତେବେଳେ ମଣିଷ ନିଜର ଶେଷ ନିଶ୍ୱାସ ସହ ସଂଘର୍ଷ କରୁଥାଏ ହୁଏତ ଭଗବାନଙ୍କୁ ଗାଳି କରେ, ଭାଗ୍ୟକୁ ଦୋଷ ଦିଏ, ନଚେତ ନିଜ କର୍ମକୁ ନିନ୍ଦା କରେ। ମାତ୍ର ଜଣେ କର୍କଟ ରୋଗର ତୃତୀୟ ପର୍ଯ୍ୟାୟରେ ରହି ମୃତ୍ୟୁକୁ ସାମ୍ନାରେ ଦେଖୁଥିବା ୨୪ ବର୍ଷିଅ ଯୁବକଙ୍କ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ ଆଉ କିଛି ଦିନ ମାତ୍ର ବଞ୍ଚିବେ ବୋଲି ଜାଣିବା ପରେ ଏକ ଚିଠି ଲେଖିଛନ୍ତି। ସେ ଯାହା ଲେଖିଛନ୍ତି ତାହା ନିମ୍ନରେ ଉଲ୍ଳେଖ କରାଯାଇଛି।

‘ମୋ ବୟସ ମାତ୍ର ୨୪ ବର୍ଷ। ଏପରିକି ମୁଁ ମୋର ଶେଷ ଟାଏ ବି ପସନ୍ଦ କରିସାରିଛି। ଏହା ହେଉଛି ସେହି  ଟାଏ ଯାହାକୁ ମୁଁ ଆଉ କିଛି ଦିନ ପରେ ମୋ ମୃତୁଶଯ୍ୟାରେ ପିନ୍ଧି ଶୋଇଥିବି। ଏହା ହୁଏତ ମୋ ପୋଷାକକୁ ଖାପ ଖାଇନପାରେ। କିନ୍ତୁ ସେପରି ଏକ ଉତ୍ସବ ପାଇଁ ଏହି ଟାଏ ହିଁ ଭଲ ମାନିବ। ମୃତ୍ୟୁକୁ ନେଇ ମୋର ଏଇ ଧାରଣା ଯେ ଆମେ ସଂସାରକୁ ଆସିବା ପୂର୍ବରୁ ଦୁନିଆ ଯେପରି ଥିଲା ଆସିବା ପରେ, ଆମର ଯୋଗଦାନ ଦ୍ୱାରା ଖୁବ୍‌ କମ୍‌ ହେଉ ପଛେ ପୂର୍ବାପେକ୍ଷା ସୁନ୍ଦର ହୋଇପାରିଛି। ବାସ୍ତବରେ ଗୋଟାଏ ଜୀବନର ମାନେ କ’ଣ, ମୁଁ କ’ଣ ଅନୁତାପ କରିଛି ତାହା ଆପଣଙ୍କ ସହ ବାଣ୍ଟିବାକୁ ଚାହେଁ।

ଯେଉଁ କାମ ଆପଣଙ୍କୁ ଖୁସି ଦେଉନାହିଁ। ଅଯଥାରେ ସେହି କାମ କରି ନିଜ ସମୟ ନଷ୍ଟ କର ନାହିଁ। ଶ୍ରଦ୍ଧାର ସହ ଯେଉଁ କାମ କରାଯାଏ ସେଥିପାଇଁ ଧର୍ଯ୍ୟେ, ଉତ୍ସର୍ଗ ଆପେ ଆସିଯାଏ।

ଅନ୍ୟର ମତାମତକୁ ନେଇ ଭୟଭୀତ ବା ଦୁଃଖିତ ହେବା ଆମର ସବୁଠାରୁ ବଡ଼ ବୋକାମି। ଦୁର୍ବଳ ବ୍ୟକ୍ତି ଏପରି କରିଥାନ୍ତି।

ନିଜ ଜୀବନ ଉପରେ ଆୟତ୍ତ ଆଣନ୍ତୁ। ଜୀବନର ସଂପୂର୍ଣ୍ଣ ଦାୟିତ୍ୱ ନିଅନ୍ତୁ। ଖରାପ ଅଭ୍ୟାସକୁ ପରିତ୍ୟାଗ କରି ଭଲ ଅଭ୍ୟାସରେ ନିଜକୁ ନିୟୋଜିତ କରନ୍ତୁ।’

ଆପଣଙ୍କ ଚାରିପାଖର ସଂପର୍କକୁ ସମ୍ମାନ କରନ୍ତୁ। ପରିବାର, ସଂପର୍କୀୟ, ବନ୍ଧୁ, ଶୁଭେଚ୍ଛୁ ସ୍ୱତନ୍ତ୍ର ହୋଇଥାନ୍ତି। ସେମାନଙ୍କୁ ନିଜର ସାହସ ବନାନ୍ତୁ।

ବିଶ୍ୱରେ ନିଜର ଏକ ଚିହ୍ନ ଛାଡ଼ି ଯାଆନ୍ତୁ। ଦୁନିଆ ଛାଡ଼ିବା ପରେ ବି ଯେପରି ଲୋକେ ଭୁଲି ନଯାନ୍ତି।’

ସମ୍ବନ୍ଧିତ ଖବର