ଭୁଲ୍‌ କ୍ରମେ ଗୁଳି ଚଳାଇ ଥିବାରୁ କେକ୍‌ରେ ‘ସରି’ ଲେଖି ଫାୟାର୍‌ଫାଇଟର୍‌ଙ୍କୁ କ୍ଷମା ମାଗିଲେ ପୁଲିସ୍‌ ଅଧିକାରୀ

ଓ୍ଵାଶିଂଟନ: ଆମେରିକାର ଜଣେ ପୁଲିସ୍‌ ଅଧିକାରୀଙ୍କ କ୍ଷମା ମାଗିବା ଶୈଳୀ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି। ପୁଲିସ୍‌ ଅଧିକାରୀ ଜଣକ ଯେଉଁଭଳି ସ୍ୱତନ୍ତ୍ର ଭାବେ କ୍ଷମା ମାଗିଛନ୍ତି ତାହା ଏବେ ଏକ ବିଶ୍ୱସ୍ତରୀୟ ଚର୍ଚ୍ଚା ପାଳଟିିଛି। ଜଣେ ଫାୟାର୍‌ଫାଇଟର୍‌ଙ୍କୁ କ୍ଷମା ମାଗିବା ପାଇଁ ଅଧିକାରୀ ଜଣକ ଏକ କେକ୍‌ର ସହାୟତା ନେଇଥିଲେ। କେକ୍‌ ଉପରେ ‘ସରି ଆଇ ଟିସ୍‌ଡ ୟୁ’ ଅର୍ଥାତ କ୍ଷମା କରନ୍ତୁ ମୁଁ ଆପଣଙ୍କୁ ହଇରାଣ କରିଛି ବୋଲି ଲେଖି କ୍ଷମା ମାଗିଛନ୍ତି।

ଉଲ୍ଳେଖଯୋଗ୍ୟ, ଏକ ହସ୍ପିଟାଲ୍‌ ମଧ୍ୟରେ ଥିବା ରୋଗୀକୁ ପରୀକ୍ଷା କରିବା ପାଇଁ ପୁଲିସ୍‌ ବନ୍ଧୁକ ଦେଖାଇ ଡରାଉଥିଲେ। ରୋଗୀ ଜଣକ ଏକ ମାମଲାରେ ସଂପୃକ୍ତ ଥିବାରୁ ସେ ବାସ୍ତବରେ ଶାରୀରିକ ଭାବେ ଅସୁସ୍ଥ କି ନୁହେଁ ଜାଣିବା ପାଇଁ ବନ୍ଧୁକ ଦେଖାଇ ପରୀକ୍ଷା କରୁଥିଲେ ପୁଲିସ୍‌ ଅଧିକାରୀ। ମାତ୍ର ଦୁର୍ଭାଗ୍ୟକୁ ସେହି ସମୟରେ ଫାୟାର୍‌ଫାଇଟର୍‌ ଜଣକ ସାମ୍ନାକୁ ଆସିଗଲେ। ସାମ୍ନାକୁ ଆସିଯିବାରୁ ଗୁଳି ତାଙ୍କ ଦେହରେ ବାଜିଗଲା। ହାମିଲଟନ ଟାଉନ୍‌ସିପ୍‌ ପୁଲିସ୍‌ ଡିପାର୍ଟମେଣ୍ଟ୍‌ ଏ ନେଇ ଫେସ୍‌ବୁକରେ ଏକ ପୋଷ୍ଟ ଦେଇଛି। ପୋଷ୍ଟ୍‍ଟିରେ ଉଭୟ ମହିଳା ପୁଲିସ୍‌ ଅଧିକାରୀ ଏବଂ ଫାୟାର୍‌ଫାଇଟର୍‌ଙ୍କ ସମେତ ‘ସରି କେକ୍‌’ ମଧ୍ୟ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର