ଧନୀ ଦେଶରେ ଖାଦ୍ୟ ସଙ୍କଟ : ବସ୍ତା ଭର୍ତ୍ତି ଟଙ୍କା ଦେଲେ ବି ମିଳୁନି ପେଟପୁରା ଖାଦ୍ୟ, ଭୋକରେ ଆଉଟୁପାଉଟୁ ହେଉଛନ୍ତି ଲୋକ!

ଧନୀ ଦେଶରେ ଆଜି ଖାଦ୍ୟ ସଙ୍କଟ। ଏହି ଦେଶରେ ଲୋକେ କୋଟିପତି ହୋଇ ମଧ୍ୟ ଖାଦ୍ୟ ନ ପାଇ ଭୋକରେ ଆଉଟୁପାଉଟୁ ହେଉଛନ୍ତି। ବସ୍ତା ଭର୍ତ୍ତି ଟଙ୍କା ଦେଲେ ବି ପେଟପୁରା ମିଳୁନି ଖାଦ୍ୟ। ଲୋକେ ଖାଦ୍ୟ ପାଇଁ ପରସ୍ପରର ଶତ୍ରୁ ପାଲଟି ଯାଇଛନ୍ତି। ଦିନିକୁ ଦିନ ଏହି ଦେଶର ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏପରି ଏକ ଦେଶ ହେଉଛି ଭେନେଜୁଏଲା।

photo by : Cryptorich

ଏହା ଏମିତି ଏକ ଧନୀ ଦେଶ, ଯେଉଁଠି ଲୋକମାନେ କସମେଟିକ୍ସ (ସୈାନ୍ଦର୍ଯ୍ୟ ବର୍ଦ୍ଧକ ସାମଗ୍ରୀ) ଉପରେ ବିଶ୍ୱରେ ସବୁଠାରୁ ଅଧିକ ଖର୍ଚ୍ଚ କରନ୍ତି। ଏହା ବିଶ୍ୱର ସବୁଠାରୁ ବଡ ତେଲ ଉତ୍ପାଦକ ଦେଶ ମଧ୍ୟରୁ ଅନ୍ୟତମ। ଏଠି ପେଟ୍ରୋଲ ୫୦ ପଇସା ପ୍ରତି ଲିଟର ଅଛି। ଆଜି ସେଇ ଦେଶ ଏମିତି ପରିସ୍ଥିତିରେ ଅଛି ଯେ, ବସ୍ତା ଭର୍ତ୍ତି କରି ଟଙ୍କା ନେଲେ ସୁଦ୍ଧା ପେଟ ପୁରା ଗଣ୍ଡେ ଖାଇବାକୁ ମିଳୁନି। ଲୋକ ଖାଇବା ପାଇଁ ପରସ୍ପରର ଶତ୍ରୁ ପାଲଟି ଯାଇଛନ୍ତି।

ଏଠି ସ୍ଥିତି ଏମିତି ଅଛି ଯେ, ପଶୁଙ୍କୁ ମାରି ତାଙ୍କର ମାଂସ ନିଜ ଘରକୁ ନେଇଯାଉଛନ୍ତି। ଦୋକାନ ଓ ସାର୍ବଜନିକ ସ୍ଥାନରୁ ଜିନିଷ ଲୁଟ୍‌ କରୁଛନ୍ତି। ପ୍ରତିଦିନ ବିରୋଧ ପ୍ରଦର୍ଶନ ହେଉଛି ଓ ଲୋକଙ୍କ ମୃତ୍ୟୁ ହେଉଛି। ଏହି ଦେଶରେ କୋଟିପତି ଲୋକ ଖାଇବା ପାଇଁ ବିକଳ ହୋଇଯାଉଛନ୍ତି। ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଛାଡି, ଲଗାତାର ନୋଟ୍‌ ଛାପୁଛନ୍ତି। ଯଦ୍ୱାରା ସଂକଟ ଆହୁରି ଗମ୍ଭୀର ହେବାର ସମ୍ଭାବନା ଅଛି।

photo by : clarin.com

ସଂକଟ ର କାରଣ କ’ଣ ?

ଗତ ୫ବର୍ଷରେ ଏହି ଦେଶର ଅର୍ଥନୀତି ୫୦% ଠାରୁ ଅଧିକ ସଙ୍କୁଚିତ ହୋଇଯାଇଛି। ମୋଟ୍‌ ରପ୍ତାନୀରେ ୯୬% ତେଲ ଅଛି। ଆମେରିକା ଓ ଅନ୍ୟ ଦେଶ ଗୁଡିକର ପ୍ରତିବନ୍ଧକ ଫଳରେ ସମସ୍ତ ଦେଶ ଭେନେଜୁଏଲା ଠାରୁ ତେଲ ଆଣିବା ବନ୍ଦ କରିଦେଇଛନ୍ତି। ସେଥିପାଇଁ ତାଙ୍କର ଅର୍ଥନୀତି ପୁରା ଶୋଇପଡିଛି। ତେଲର ବିକ୍ରି କମିଯାଇଛି।

ଭେନେଜୁଏଲାର ମୁଦ୍ରା ହେଉଛି ବୋଲିୱର। ଗୋଟିଏ ଡଲାରର ମୂଲ୍ୟ ୩୫ ଲକ୍ଷ ବୋଲିୱର ସହ ସମାନ। ଏହି ଦେଶ ତୁର୍କୀର ସହାୟତାରେ ଆର୍ଥିକ ସଂକଟ ଠାରୁ ବାହାରିବାର ରାସ୍ତା ଖୋଜୁଛି। ସେଠାକାର ସେଣ୍ଟ୍ରାଲ ବ୍ୟାଙ୍କ ପ୍ରତିବନ୍ଧକ କାରଣରୁ ସ୍ୱଜରଲାଣ୍ଡ ପରିବର୍ତ୍ତେ ତୁର୍କୀକୁ ନିଜର ସୁନା ରପ୍ତାନୀ କରୁଛି। ଭେନେଜୁଏଲା ୨୦୧୮ ବର୍ଷରେ ୭୭୯ ମିଲିୟନ ସୁନା ତୁର୍କୀକୁ ରପ୍ତାନୀ କରିଛି।

ସମ୍ବନ୍ଧିତ ଖବର