ଉଡ଼ିବାର ସବୁ ଆଶା ହରାଇ ବସିଥିବା ଶୁଆକୁ କୃତ୍ରିମ ଡ଼େଣା ଦେଇ ଚର୍ଚ୍ଚାରେ ଅଷ୍ଟ୍ରେଲୀୟ ପ୍ରାଣୀ ଚିକିତ୍ସକ

ନୂଆଦିଲ୍ଲୀ: ଉଡ଼ିବାର ସବୁ ଆଶା ହରାଇ ବସିଥିବା ଏକ ଶୁଆକୁ ପୁଣି ଥରେ ଉଡ଼ିବାରେ ସାହାଯ୍ୟ କରିଛନ୍ତି ଜଣେ ଅଷ୍ଟ୍ରେଲୀୟ ପ୍ରାଣୀ ଚିକିତ୍ସକ। ମଣିଷ ପାଇଁ କ‌ୌଣସି ସ୍ଥାନକୁ ଯିବା ପାଇଁ  ହାତ-ଗୋଡ଼ର ଆବଶ୍ୟକତା ରହୁଥିବା ବେଳେ ଗୋଟେ ପକ୍ଷୀ ପାଇଁ ତା’ର ଡ଼େଣା ସବୁକିଛି ହୋଇଥାଏ। ଗୋଟିଏ ଶୁଆର ଡ଼େଣା ନଷ୍ଟ ହୋଇଯାଇଥିଲା । ସେ ଉଡ଼ିବାକୁ ସକ୍ଷମ ହୋଇ ପାରୁ ନ ଥିଲା। ଏବେ ତାକୁ କୃତ୍ରିମ ଡ଼େଣା ଦେଇ ଉଡ଼ିବାରେ ସାହାଯ୍ୟ କରିଛନ୍ତି ଅଷ୍ଟ୍ରେଲୀୟ ପ୍ରାଣୀ ଚିକିତ୍ସକ। ଶୁଆଟିର ନାଁ ୱେଇ ୱେଇ ବୋଲି ଜଣା ପଡ଼ିଥିବା ବେଳେ ଏବେ ସେ କୃତ୍ରିମ ଡ଼େଣା ସାହାଯ୍ୟରେ ଉଡ଼ିବାରେ ସକ୍ଷମ ହୋଇଛି।

ଫେସବୁକରେ ୱେଇ ୱେଇର ଫଟୋ ଏବଂ ତାଙ୍କ କୃତ୍ରିମ ଡ଼େଣାର ଫଟୋ ସେୟାର କରାଯିବା ପରେ ତାହା ଭାଇରାଲ ହେବାରେ ଲାଗିଛି। ଫଟୋର କ୍ୟାପସନରେ ଲେଖାଯାଇଛି କି, ୧୨ସପ୍ତାହର ସୁନ୍ଦର ୱେଇ ୱେଇର କୃତ୍ରିମ ଡ଼େଣା ଲାଗିବା ପରେ ‌ସେ ତା’ ବ‌ାଟରେ ଉଡ଼ିଯା‌ଇଛି। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଏହା ଲକ୍ଷ୍ୟ କରାଯାଇଥିଲା ଯେ, ୱେଇ ୱେଇର ଡ଼େଣା ବହୁତ ଛୋଟ ହୋଇଯାଇଥିଲା ଏବଂ ପୂର୍ବରୁ ତାର ଅନେକ ପର କଟି ଯାଇଥିଲା। ତାର ମାଲିକ ଆମକୁ କହିଥି‌ଲେ ଯେ, ୱେଇ ୱେଇ ଆଦୌ ଉଡ଼ି ପାରୁ ନାହିଁ ଏବଂ ସେ ଉଡ଼ିବାକୁ ଉଦ୍ୟମ କଲାବେଳେ ତଳେ ପଡ଼ିଯାଉଛି।

ୱାଇ ୱେଇକୁ ପୁନର୍ବାର ଉଡ଼ିବାରେ ସକ୍ଷମ କରିବା ପାଇଁ ଡ଼ାକ୍ତର କ୍ୟାଟ୍ ଏକ ଇମ୍ପିଂ ପ୍ରଣାଳୀ କରିଥିଲେ ଯେଉଁଠାରେ ସେ ୱେଇ ୱେକୁ ପୁନର୍ବାର ଉଡ଼ିବାକୁ ସକ୍ଷମ କରିବା ପାଇଁ ଡ଼େଣା ଭିତରେ ନୂତନ ପର ରଖିଥିଲେ, ଯାହା ୱେଇ ୱେଇକୁ ଉଚ୍ଚରୁ ତଳୁ ଖସି ପଡ଼ିଲେ ଆଘାତରୁ ରକ୍ଷା କରିବାରେ ସାହାଯ୍ୟ କରିବ।

ଫଟୋଟି ଭାଇରାଲ ହେବା ପରେ ଟୁଇଟରରେ ଲୋକେ ଏବେ ନିଜର ପ୍ରତିକ୍ରିୟା ରଖିବାରେ ଲାଗି ପଡ଼ିଛନ୍ତି। ଶୁଆର ସମସ୍ୟା ଦୂର କରି ତାକୁ ପୁଣି ଥରେ ଉଡ଼ିବାକୁ ସକ୍ଷମ କରିଥିବାରୁ ଡାକ୍ତରଙ୍କୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର