ବଲିଉଡ୍‌ ଗୀତର ନକଲ କରି ନ୍ୟୁୟର୍କ ସଡ଼କରେ ଧୂମ୍‌ ମଚାଇଲେ ଯୁବକ, ଦେଖନ୍ତୁ ଏହି ମଜାଦାର ଦୃଶ୍ୟ

ନୂଆଦିଲ୍ଲୀ: ନିଜର ନୃତ୍ୟ ପାଇଁ ୟୁ ଟ୍ୟୁବ୍‌ରେ ଲୋକପ୍ରିୟ ହୋଇ ସାରିଛନ୍ତି ଏହି ଯୁବକ । ଯୁବକଙ୍କ ମଜାଦାର ଏବଂ ଭିନ୍ନ ନୃତ୍ୟ ଶୈଳୀ ଏବେ ସବୁ ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଆଗରୁ ୟୁ ଟ୍ୟୁବ୍‌ରେ କ୍ୟୁ ମାର୍କଙ୍କ ଭିଡ଼ିଓ ଖୁବ୍‌ ଲୋକପ୍ରିୟ ହୋଇ ସାରିଥିବା ବେଳେ ଏବେ ବଲିଉଡ୍‌ ଗୀତକୁ ନକଲ କରି କରିଥିବା ନୃତ୍ୟ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହାକୁ ୟୁ ଟ୍ୟୁବ୍‌ରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି । ଏହା ଦେଶ ବାହାରେ ଯେତିକି ଲୋକପ୍ରିୟ ହୋଇଛି; ତା’ଠାରୁ ଅଧିକ ଲୋକପ୍ରିୟ ଭାରତରେ ହେବାରେ ଲାଗିଛି । ଏହାର ପ୍ରକୃତ କାରଣ ହେଉଛି କ୍ୟୁ ମାର୍କ ବଲିଉଡ୍‌ ଗୀତକୁ ନେଇ ନୃତ୍ୟ ପ୍ରଦର୍ଶନ କରିଛନ୍ତି ।

ନ୍ୟୁୟର୍କର ବିଭିନ୍ନ ଗଳିରେ ସର୍ବ ସମ୍ମୁଖରେ କାନରେ ଇୟରଫୋନ ଲଗାଇ ସେ ନାଚ ଆରମ୍ଭ କରିବା ସହ ସମସ୍ତଙ୍କର ମନୋରଞ୍ଜନ କରୁଥିବାର ଦେଖିବାକୁ ମିଳିଛି । ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ସେ ବଲିଉଡ୍‌ର ଲୋକପ୍ରିୟ ସଙ୍ଗୀତ ‘ଚୋଲି କେ ପିଛେ କ୍ୟା ହେ’, ପ୍ରେମ ରତନ ଧନ ପାୟୋ, ଛମ୍ମକ୍‌ ଛଲୋ, ବଦ୍ରି କି ଦୁଲ୍‌ହନିଆ ଏବଂ ‘ଧୁମ୍‌ ମଚାଲେ’ ଗୀତର ନକଲ କରୁଥିବାରୁ ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର