କ୍ୟାଟ୍ରିନାଙ୍କୁ ବେବି କହିଲେ ସଲମାନ,ଏହା ଶୁଣି ଅଭିନେତ୍ରୀ ଏଭଳି ଦେଲେ ଜବାବ

ମୁମ୍ବାଇ: ବଲିଉଡ୍‌ର ଟାଇଗର ଏବେ ଦବଙ୍ଗ ଟୁର୍‌ରେ ବ୍ୟସ୍ତ ଅଛନ୍ତି । ଏହି ଟୁର୍‌ରେ ତାଙ୍କ ସହିତ କ୍ୟାଟ୍ରିନା କୈଫ୍‌, ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ମନୀଷ ପଲ ଏବଂ ସୋନାକ୍ଷୀ ସିହ୍ନା ସାମିଲ ହୋଇଛନ୍ତି । ଏହି ଟୁର୍‌କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଯାଇଥିବା ବେଳେ କ୍ୟାଟ୍ରିନାଙ୍କୁ ସଲମାନ କିଛି ଏପରି କହିଥିଲେ, ଯାହାକୁ ଶୁଣି ସେଠାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସଲମାନଙ୍କ ସହ ପ୍ରଶ୍ନ ଉତ୍ତର ଚାଲିଥିବା ବେଳେ ଭୁଲ ବଶତଃ ସଲମାନ କ୍ୟାଟ୍ରିନାଙ୍କୁ ବେବି ଡ଼ାକି ଦେଇଥିଲେ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହେବା ଦେଖି ସଲମାନ ତୁରନ୍ତ ନିଜ କଥାକୁ ବଦଳାଇ ଦେଇଥିଲେ ।

 ସୂଚନା ମୁତାବକ, ସାମ୍ବାଦିକ ସମ୍ମିଳନୀରେ ଜଣେ ସମ୍ବାଦିକା କ୍ୟାଟ୍ରିନା ତାଙ୍କ ପାଇଁ ସ୍ପେଶାଲ ବୋଲି କହିଥିଲେ । ମୋ ବେବିଙ୍କ ଜନ୍ମଦିନ ଜୁଲାଇ ୧୫ରେ ହୋଇଥିବାରୁ ମୋ ଝିଅ ଭଳି କ୍ୟାଟ୍ରିନା ମଧ୍ୟ ମୋ ପାଇଁ ସ୍ପେଶାଲ ବୋଲି ସାମ୍ବାଦିକା କହିଥିଲେ । ଏହା ଶୁଣିବା ପରେ ସଲମାନ ହଠାତ୍‌ ମୋ ବେବିର ଜନ୍ମଦିନ ଜୁଲାଇ ୧୬ରେ ବୋଲି କହି ଦେଇଥିଲେ । ଏହା ଶୁଣି କ୍ୟାଟ୍ରିନା ଲାଜ କରିବାରୁ ସଲମାନ କଥା ବଦଳାଇ ଦେଇଥିଲେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ସଲମାନ-କ୍ୟାଟ୍ରିନାଙ୍କ ପ୍ରଶଂସକ ଏହାକୁ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର