ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଥମ ଥର ପାଇଁ ମହିଳା ସ୍ୱାଟ୍‌ କମାଣ୍ଡୋ

ନୂଆଦିଲ୍ଲୀ: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଥମ ଥର ପାଇଁ ମହିଳା ସ୍ୱାଟ୍‌ କମାଣ୍ଡୋ ନଜର ଆସିବେ। ଏହାର ନିଷ୍ପତ୍ତି ୧୬ ତାରିଖରେ ହେବାକୁ ଥିବା ବୈଠକରେ ନିଆଯିବ ବୋଲି ଜଣାଯାଇଛି। ଏଥର ପ୍ୟାରେଡ କିନ୍ତୁ ଇଣ୍ଡିଆ ଗେଟ୍‌ ଅମର ଜବାନ୍‌ ଜ୍ୟୋତିଠାରୁ ବାହାରିବ ନାହିଁ ବୋଲି ଜଣାଯାଇଛି। ପୁଲିସ ଅଧିକାରୀମାନେ କହିଛନ୍ତି ଯେ  ରୁଟ୍‌ରେ କିଛି ପରିବର୍ତ୍ତନ କରାଯାଇଛି।

ଚଳିତ ବର୍ଷ ସାଧାରଣନ୍ତ୍ର ଦିବସ ଅବସରରେ ରାଜଧାନୀର ସୁରକ୍ଷା ଦାୟିତ୍ୱ ୪୮ ପାରାମିଲିଟ୍ରି ଫୋର୍ସର କଂପାନି ଓ ୩୫ ହଜାର ଦିଲ୍ଲୀ ପୁଲିସ କର୍ମଚାରୀଙ୍କୁ ଦିଆଯାଇଛି। ଏହି କଂପାନିମାନେ ଆଗାମୀ ୪ ଦିନ ମଧ୍ୟରେ ଦିଲ୍ଲୀରେ ପହଞ୍ଚିବେ ବୋଲି ଜଣାଯାଇଛି। ଏହାଛଡ଼ା ସ୍ୱଦେଶୀ ଓ ବିଦେଶୀ ତୋପ k-9 ବଜ୍ର ଓ  ହୋବିଜଜର ତୋପ ମଧ୍ୟ ପ୍ୟାରେଡରେ ସାମିଲ ହେବ ବୋଲି କୁହାଯାଉଛି। ପୁଲିସ  ଅଧିକାରୀଙ୍କ ସୂଚନା ଅନୁଯାୟୀ ଦିଲ୍ଲୀ ଓ ଉତ୍ତରପ୍ରଦେଶର ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କୁ  ଧରାଯିବା ପରେ ସୁରକ୍ଷା ଏଜେନ୍ସି ଅଧିକ ସତର୍କ ହୋଇଯାଇଛନ୍ତି। ଏହି ପ୍ୟାରେଡ୍‌ ସମୟରେ ୧୦ ହଜାର ସିସିଟିଭି ଜରିଆରେ ପୁଲିସ ସତର୍କ ଦୃଷ୍ଟି ରଖିବ ବୋଲି  ମଧ୍ୟ ଜଣାଯାଇଛି। ଏହି ସମାରୋହକୁ ଆସୁଥିବା ବାହନଗୁଡିକରେ ‘ସ୍ପେସାଲ୍‌ ଭେହକିଲ୍‌ ଚେକ୍‌ଡ ଷ୍ଟିକର୍‌ ମଧ୍ୟ ଲଗାଯିବ ବୋଲି ଜଣାଯାଇଛି।

 

ସମ୍ବନ୍ଧିତ ଖବର