ଏହି ଡେଲିଭରି ବଏ ନିଜ ୫ମାସର ସଞ୍ଚୟରୁ କିିଣିଲେ ସ୍ୱପ୍ନର ବାଇକ୍‌, ଲୋକେ ପଚାରିଲେ ଏଭଳି ପ୍ରଶ୍ନ

କରନାଲ: ଅନ୍‌ଲାଇନ୍‌ ଫୁଡ ଡେଲିଭରି ବ୍ୟବସାୟର ଚାହିଦା ଦିନକୁ ଦିନ ବଢ଼ିବାକୁ ଲାଗିଛି। ତେବେ ନିକଟରେ କରନାଲର ଜଣେ ଡେଲିଭରି ବଏ ୫ମାସର ସଞ୍ଚୟ ଟଙ୍କାରେ ନିଜ ସ୍ୱପ୍ନର ବାଇକ୍‌ କିଣିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବାଇକ୍‌ କିଣିବା ପରେ ଲୋକମାନେ ଉକ୍ତ ଡେଲିଭରି ବଏଙ୍କୁ କିଭଳି ପ୍ରଶ୍ନ ପଚାରିଛନ୍ତି ଆସନ୍ତୁ ଜାଣିବା।

କରନାଲର ସୁରଜ ଜୋମାଟୋରେ ଡେଲିଭରି ବଏନ୍‌ ଭାବେ କାମ କରନ୍ତି। ସୁରଜ ୫ମାସର ସଞ୍ଚୟରୁ  କିଣିଥିବା ବାଇକ୍‌ ସହିତ ଉଠାଇଥିବା ଫଟୋକୁ ଜୋମାଟୋ ସିଇଓ ଦିପେନ୍ଦର ଗୋଏଲ ସେୟାର କରିଛନ୍ତି। ଦିପେନ୍ଦର ଲେଖିଛନ୍ତି, ଆମର କରନାଲ (ହରିୟାଣା) ଟିମ୍‌ର ସଦସ୍ୟ ସୁରଜ ୫ମାସରେ ନିଜ ସଞ୍ଚୟରୁ ଏକ ସୁପରକୁଲ ବାଇକ୍‌ କିଣିଛନ୍ତି। ତାଙ୍କୁ ଦେଖିଲେ ଆପଣମାନେ ହାତ ମିଳାଇବାକୁ ଭୁଲିବେ ନାହିଁ। ଏହା ଆମ ଜୋମାଟୋ ଡେଲିଭରି ଟିମ୍‌ର ବହୁ ପ୍ରେରଣାଦାୟୀ କାହାଣୀ ମଧ୍ୟରୁ ଗୋଟିଏ।

ସୁରଜ ଯେଉଁ ବାଇକ୍‌ କିଣିଛନ୍ତି ତାହାର ବଜାର ମୂଲ୍ୟ ୨ଲକ୍ଷ ଟଙ୍କା ହେବ। ଦିପେନ୍ଦରଙ୍କ ଟୁଇଟ ପରେ ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି କି ଡେଲିଭରି ବଏ ସୁରଜଙ୍କ ମାସିକ ପାରିଶ୍ରମିକ କେତେ? ସେ ତାଙ୍କର ମାତ୍ର ୫ମାସ ସଞ୍ଚୟରୁ ସ୍ୱପ୍ନରେ ବାଇକ୍‌ କିଣି ଦେଇଛନ୍ତି। ଜୋମାଟୋ ତାର ଡେଲିଭରି ବଏଙ୍କୁ ଏମିତି କେତେ ପାରିଶ୍ରମିକ ଦେଉଛି? ଏମିତି କେତେକ ଲୋକ ଏହି ଟୁଇଟକୁ ଦେଖିବା ପରେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି।

ସମ୍ବନ୍ଧିତ ଖବର