ଅଷ୍ଟ୍ରେଲିଆନ୍‌ ଓପନ୍‌ ପରଠୁ ଆତ୍ମବିଶ୍ବାସ ବଢିଛି: ଅମଲରାଜ୍‌

କଟକ: ପ୍ରତିଯୋଗିତାରେ ଆମେ ବହୁତ ଭଲ ଖେଳି ଆସିଛୁ। ଏବେ ସେମି ଫାଇନାଲ୍‌ ପ୍ରବେଶ କରିବା ପରେ କିଛିଟା ଆଶ୍ବସ୍ତି ମିଳିଛି। ଆସନ୍ତାକାଲି ଆହୁରି ଭଲ ମ୍ୟାଚ୍‌ ଆସୁଛି। ତେଣୁ ଏହାକୁ ଜିତି ଫାଇନାଲ୍‌ରେ ପହଞ୍ଚିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ଭାରତୀୟ ଦଳର ବରିଷ୍ଠ ଖେଳାଳି ଆଣ୍ଟୋନୀ ଅମଲରାଜ। ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଜି ସାଥିଆନ୍‌ଙ୍କ ସହ ମିଶି ଯୁଗଳରେ କା˚ସ୍ୟ ପଦକ ପାଇବା ପରେ ତାଙ୍କର ଆତ୍ମବିଶ୍ବାସରେ ଆହୁରି ବୃଦ୍ଧି ହୋଇଛି। ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଶ୍ବ ପ୍ରତିଯୋଗିତାର ବରାବର ଭଳି। ଅଲିମ୍ପିକ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶ୍ରେଷ୍ଠ ଖେଳାଳିମାନେ ଏଥିରେ ଖେଳୁଥିଲେ। ତେଣୁ ସେମାନଙ୍କୁ ହରାଇବା ବଡ କଥା। ଆମେ ବିଶ୍ବର ୪ ନମ୍ବର ମାନ୍ୟତାପ୍ରାପ୍ତ ଯୋଡିକୁ ହରାଇଥିଲୁ। ଏହା ପରଠୁ ମ୍ୟାଚ୍‌ ଜିତିବା ପାଇଁ ସବୁବେଳେ ବ୍ୟଗ୍ର ରହୁଛି। ଗତ ସ˚ସ୍କରଣରେ ସିଙ୍ଗାପୁରର ଜଣେ ଖେଳାଳିଙ୍କଠୁ ପରାସ୍ତ ହୋଇ ଉପ ବିଜେତା ହୋଇଥିଲେ। କିନ୍ତୁ ଏଥର ସେ ତାଙ୍କର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ପ୍ରତ୍ୟେକ ମ୍ୟାଚ୍‌ରେ ଶତପ୍ରତିଶତ ଉଦ୍ୟମ କଲେ ଏଥର ସ୍ବର୍ଣ୍ଣ ମିଳିବା ଅଧିକ ସମ୍ଭାବନା ରହିଥିବା ଅମଲରାଜ କହିଛନ୍ତି।

ସମ୍ବନ୍ଧିତ ଖବର