ନୂଆଦିଲ୍ଲୀ: ଟ୍ରିପଲ ଜମ୍ପର୍ ଅର୍ପିନ୍ଦର ସିଂହ ଇତିହାସ ରଚିଛନ୍ତି। ଆଇଏଏଏଫ୍ କଣ୍ଟିନେଣ୍ଟାଲ କପ୍ରେ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ପ୍ରତି ଚାରିବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଏସିଆ-ପାସିଫିକ୍ ଦଳର ପ୍ରତିନିଧିତ୍ୱ କରି ଅର୍ପିନ୍ଦର ୧୬.୩୩ ମିଟରର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ କାଂସ୍ୟ ପଦକ ଜିତିଥିଲେ। ଜାକର୍ତା ଏସିଆଡ୍ରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।