ନୂଆଦିଲ୍ଲୀ: ଭାରତରୁ ୟୁଏଇକୁ ସ୍ଥାନାନ୍ତର ହୋଇଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ସେପ୍ଟେମ୍ବର ମାସ ୧୫ ତାରିଖରୁ ଦୁବାଇରେ ଆରମ୍ଭ ହେବ। ଗତ ସଂସ୍କରଣର ବିଜେତା ଭାରତ ୧୯ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ହେଲେ ଏହିି ବହୁ ପ୍ରତୀକ୍ଷିତ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ବିଶ୍ରାମ ମିଳିବ ନାହିଁ। କାରଣ ୧୮ ତାରିଖରେ ଭାରତ ଯୋଗ୍ୟତା ପର୍ଯ୍ୟାୟ ଦେଇ ମୁଖ୍ୟ ଡ୍ର’ରେ ସ୍ଥାନ ପାଇଥିବା ଏକ ଦଳକୁ ଭେଟି ନିଜ ଅଭିଯାନ ଆରମ୍ଭ କରିବ। ଫଳରେ ଭାରତ ଦୁଇ ଦିନରେ ଦୁଇଟି ମ୍ୟାଚ୍ ଖେଳିବାକୁ ବାଧ୍ୟ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମୁକାବିଲାରେ କିନ୍ତୁ ବାଂଲାଦେଶ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଏହି ପ୍ରତିଯୋଗିତା ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଅନ୍ୟ ଦଳଟି ୟୁଏଇ, ସିଙ୍ଗାପୁର, ଓମାନ, ନେପାଳ, ମାଲେସିଆ ଓ ହଂକଂ ମଧ୍ୟରେ ଖେଳାଯାଉଥିବା ଯୋଗ୍ୟତା ପର୍ଯ୍ୟାୟରୁ ବଛାଯିବ। ଗ୍ରୁପ୍ ଏ’ରେ ଭାରତ, ପାକିସ୍ତାନ ଏବଂ ସଂପୃକ୍ତ ଯୋଗ୍ୟତା ପର୍ଯ୍ୟାୟ ଦଳ ରହିଛନ୍ତି। ଅନ୍ୟପକ୍ଷରେ ବି’ ଗ୍ରୁପ୍ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଅଛନ୍ତି। ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ ସୁପର ଫୋର ଲାଗି ଯୋଗ୍ୟତା ଅର୍ଜନ କରିବେ। ସୁପରଫୋରର ବିଜେତା ଓ ଉପ ବିଜେତାକୁ ନେଇ ଫାଇନାଲ୍ ଖେଳାଯିବ।