ସିଡ୍ନି: ଅଷ୍ଟ୍ରେଲିଆବାସୀ ବିଶ୍ୱକପ୍କୁ ଠିକ୍ ଭାବେ ଦେଖି ପାରୁ ନାହାନ୍ତି। ଏହି ଦେଶରେ ବିଶ୍ୱକପ୍ର ପ୍ରସାରଣ ଅଧିକାର କିଣିଥିବା ଅକ୍ଟୋପସ୍ ନାମକ ଏକ ସଂସ୍ଥାର ଅନଭିଜ୍ଞତା ପାଇଁ କଙ୍ଗାରୁ ପ୍ରଶଂସକ ମ୍ୟାଚ୍ ଦେଖୁଥିଲା ବେଳେ ଲଗାତାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମ୍ୟାଚ୍ ଚାଲିଥିଲା ବେଳେ ହଠାତ୍ ପ୍ରସାରଣ ବନ୍ଦ ହୋଇ ଯାଉଛି। ବୈଷୟିକ କାରଣ ପାଇଁ ଏଭଳି ଅସୁବିଧା ହେଉଥିବା ଅକ୍ଟୋପସ୍ ସଫେଇ ଦେଇଛି। ତେବେ ଏହି ମାମଲା ଅନ୍ୟମାନଙ୍କ ଭଳି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ମାଲକମ୍ ଟର୍ନବଲ୍ଙ୍କୁ କ୍ଷୁବ୍ଧ କରିଛି। ପ୍ରଶଂସକଙ୍କ ପକ୍ଷରୁ ସେ ଏହି ମାମଲାରେ ହସ୍ତକ୍ଷେପ କରି ତୁରନ୍ତ ଅସୁବିଧା ଦୂର କରିବାକୁ ଅକ୍ଟୋପସର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଅତୀତରେ ମଧ୍ୟ ଟର୍ନବଲ୍ ଅଷ୍ଟ୍ରେଲିଆର ଏକାଧିକ ଗୁୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ମାମଲାରେ ହସ୍ତକ୍ଷେପ କରି ସାରିଛନ୍ତି। ଦକ୍ଷିଣ ଆଫ୍ରିକାର କେପଟାଉନ୍ ଟେଷ୍ଟ୍ରେ ହୋଇଥିବା ବଲ୍ ଟ୍ୟାମ୍ପରିଂ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ କ୍ରିକେଟ୍ ଅଷ୍ଟ୍ରେଲିଆକୁ ନିର୍ଦେଶ ଦେଇଥିଲେ।