ବିଭାରାଣୀଙ୍କୁ ଦଧୀଚି ସମ୍ମାନ

ଭୁବନେଶ୍ୱର: ଉଦୀୟମାନ ପର୍ବତାରୋହୀ ତଥା ଜାତୀୟସ୍ତରୀୟ ସାମରିକ କଳା ଖେଳାଳି ବିଭାରଣୀ ପାତ୍ରଙ୍କୁ ଅର୍ଥ ଦଧୀଚି ସମ୍ମାନ ମିଳିଛି। ବହୁମୁଖୀ ପ୍ରତିଭାର ଅଧିକାରୀ ୨୩ ବର୍ଷୀୟ ବିଭା କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ମୃତ୍ୟୁ ପରେ ନିଜ ଶରୀର ଦାନର ଶପଥ ନେବା ପରିପ୍ରେକ୍ଷୀରେ ଏହି ସମ୍ମାନ ଦିଆଯାଇଛି। ଜୟଦେବ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଶରୀର ଏବଂ ଅଙ୍ଗଦାନ ଅଭିଯାନ, ଲୋକସେବକ ମଣ୍ଡଳ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। ବିଭାରାଣୀ ଏକାଧାରାରେ ଜଣେ ପବର୍ତାରୋହୀ, ଜାତୀୟସ୍ତରୀୟ କିକ୍ ବକ୍ସିଂରେ ସ୍ବର୍ଣ୍ଣ ପଦକ ବିଜୟିନୀ, ଜାତୀୟ ଯୁବ ସ୍ବେଚ୍ଛାସେବୀ ମଧ୍ୟ। ସଂପ୍ରତି ସେ ନେହରୁ ଯୁବ ପ୍ରତିଷ୍ଠାନର ଜାତୀୟ ଯୁବ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର