ଗାଳିଗୁଲଜ ଓ ବଲ୍‌ ବିକୃତ କ୍ରିକେଟ୍‌ର ଗୁଣସୂତ୍ର ପାଇଁ ବଡ଼ ବିପଦ: ଆଇସିସି

ଦୁବାଇ: କ୍ରିକେଟ୍‌କୁ ଭଦ୍ର ଲୋକର ଖେଳ କୁହାଯାଏ। ବଲ୍‌ ବିକୃତ, ଗାଳିଗୁଲଜ ଏବଂ ପଡ଼ିଆ ଭିତର ବାଦ ବିବାଦ କିନ୍ତୁ ଏହାର ଗୁଣସୂତ୍ରକୁ ଧିରେ ଧିରେ ପ୍ରଭାବିତ କରିବାରେ ଲାଗିଛି। ଏସବୁ କ୍ରିକେଟ୍‌ ପାଇଁ ବଡ଼ ବିପଦ ଭାବେ ଉଭା ହୋଇଛି। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ରିଚାର୍ଡସନ୍‌ ମଙ୍ଗଳବାର ଏଭଳି ଆଶଙ୍କା ଜାହିର କରିଛନ୍ତି। ବଲ୍‌ ବିକୃତ ନିୟମକୁ ନେଇ କିଛି ଖେଳାଳି ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା ବେଳେ ସେମାନଙ୍କୁ ମଧ୍ୟ ରିଚାର୍ଡସନ୍‌ କଡ଼ା ସମାଲୋଚନା କରିଛନ୍ତି। ବ୍ୟକ୍ତିଗତ ଆକ୍ଷେପ, ଆଉଟ୍‌ ହେବା ପରେ ବ୍ୟାଟ୍ସମ୍ୟାନଙ୍କୁ ପଡ଼ିଆ ବାହାରକୁ ଯିବାର ସଙ୍କେତ, ଖେଳାଳିଙ୍କ ମଧ୍ୟରେ ଅଦରକାରୀ ଠେଲାପେଲା, ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପଡ଼ିଆକୁ ନଓହ୍ଲାଇବାର ଧମକ ଏବଂ ବଲ୍‌ ବିକୃତ କ୍ରିକେଟ୍‌ର ଅଂଶ ବିଶେଷ ହୋଇ ନପାରେ। ଏହା କ୍ରିକେଟ୍‌ର ଅସଲ ରୂପ ନୁହେଁ ବୋଲି ରିଚାର୍ଡସନ୍‌ କ୍ଷୋଭର ସହ କହିଛନ୍ତି।

ସମ୍ବନ୍ଧିତ ଖବର