ଈଶାନ୍ତ,ଅଶ୍ବିନ୍‌ଙ୍କୁ ଟ୍ରଫି ଛାଡ଼ିବାକୁ କହିଲା ବିସିସିଆଇ

ନୂଆଦିଲ୍ଲୀ: ମଙ୍ଗଳବାରଠୁ ଆରମ୍ଭ ହେବାକୁଥିବା ରଣଜୀ ଟ୍ରଫିରୁ ‌ଓହରିଯିବାକୁ ଈଶାନ୍ତ ଶର୍ମା ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କୁ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ନିର୍ଦେଶ ଦେଇଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳକୁ ନଜରରେ ରଖି ଏହି ନିଷ୍ପତ୍ତି ନେଇଛି। ପୂର୍ବରୁ ଟ୍ବେଣ୍ଟି-୨୦କୁ ‌ନଜରେ ଏହି ଦଳରେଥିବା ଖେଳାଳିଙ୍କୁ ଭାରତ ଏ ପକ୍ଷରୁ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ନଖେଳିବାକୁ କହିଥିଲା। ସେମାନେ ଭାରତୀୟ ଟ୍ବେଣ୍ଟି-୨୦ ଦଳ ସହ ଅଷ୍ଟ୍ରେଲିଆରେ ରହିଛନ୍ତି। ‌ଅନ୍ୟ ଖେଳାଳିମାନଙ୍କୁ ୨୪ରେ ପହଞ୍ଚିବାକୁ କୁହାଯାଇଛି। ଫଳରେ ୨୩ ତାରିଖ‌ରେ ରଣଜୀ ମ୍ୟାଚ୍‌ ସରୁଥିବାରୁ ବିସିସିଆଇ ଈଶାନ୍ତ ଏବଂ ଅଶ୍ବିନ୍‌ଙ୍କୁ ଅଧିକ ଚାପ ଦେବାକୁ ଚାହିଁନାହିଁ। ପୂର୍ବରୁ ମଧ୍ୟ ବେଙ୍ଗଲ ପକ୍ଷରୁ ଖେଳୁଥିବା ମହମ୍ମଦ ସାମିଙ୍କୁ ମ୍ୟାଚ୍‌ରେ ମାତ୍ର ୧୫ ଓଭରରୁ ଅଧିକ ବୋଲି ନ କରିବା ଲାଗି ବିସିସିଆଇ ନିର୍ଦେଶ ଦେଇଥିଲା। ପ୍ରଥମ ଟେଷ୍ଟ୍‌ ଡିସେମ୍ବର ୬ରୁ ଆଡିଲେଡ୍‌ରେ ଆରମ୍ଭ ହେବାକୁଥିଲା ବେଳେ ଏହା ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ୍‌ ନଭେମ୍ବର ୨୮ରୁ ଖେଳାଯିବାକୁ ରହିଛି।

ସମ୍ବନ୍ଧିତ ଖବର