ଏପ୍ରିଲ ୩କୁ ଭୁଲି ପାରିବେନି ବେନ୍‌ ଷ୍ଟୋକସ୍‌, ତାଙ୍କ ଯୋଗୁଁ ବିଶ୍ୱକପ୍‌ ହାରିଥିଲା ଇଂଲଣ୍ଡ

ନୂଆଦିଲ୍ଲୀ: ବିଶ୍ୱକପ୍‌ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ସ୍ୱପ୍ନ ହୋଇଥାଏ। ବିଶ୍ୱକପ୍‌ ଜିତିବା ପାଇଁ ପୂରା ଟିମ୍‌କୁ କାମ କରିବାକୁ ହୋଇଥାଏ। ବିଶ୍ୱକପ୍‌ ବିଜୟୀ ହେବାକୁ ହେଲେ ଖେଳାଳିଙ୍କୁ ଏକକାଳୀନ ସ୍ୱପ୍ନ ଦେଖିବାକୁ ପଡ଼ିଥାଏ। ମାତ୍ର ଜଣେ ଖେଳାଳିଙ୍କ ଭୁଲ୍‌ ପାଇଁ ଯଦି ବିଶ୍ୱକପ୍‌ ହାତଛଡ଼ା ହୋଇଯାଏ, ତା’ହେଲେ କେବଳ ଟିମ୍‌କୁୁ ନୁହେଁ, ବରଂ ପୁରା ଦେଶକୁ ଆଘାତ ଲାଗିଥାଏ। ଏଭଳି ଖରାପ ଅଭିଜ୍ଞତା ୩ ବର୍ଷ ପୂର୍ବରୁ ଇଂଲଣ୍ଡ ପାଇଁ ଆସିଥିଲା। ବେନ୍‌ ଷ୍ଟୋକସ୍‌ଙ୍କ ଯୋଗୁଁ ଇଂଲଣ୍ଡ ବିଶ୍ୱକପ୍‌କୁ ହାତେଇ ପାରି ନଥିଲା।

ଇଂଲଣ୍ଡ ହେଉଛି କ୍ରିକେଟର ଏନ୍ତୁଡି ଶାଳ। ଇଂଲଣ୍ଡ ଏଯାଏଁ କେବଳ ଗୋଟିଏ ବିଶ୍ୱକପ୍‌ (ଟି-୨୦) ଜିତିଛି। ଇଂଲଣ୍ଡ ଟି-୨୦ ବିଶ୍ୱକପ୍‌ ୨୦୧୦ରେ ଚାମ୍ପିଅନ୍‌ ହୋଇଥିଲା। ଏହାର ଠିକ୍‌ ୬ ବର୍ଷ ପରେ ପୁଣି ଥରେ ବିଶ୍ୱକପ୍‌ ଜିତିବାର ସୁଯୋଗ ଆସିଥିଲା। ବର୍ଷ ୨୦୧୬ରେ ଟି-୨୦ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ କୋଲକାତାରେ ଖେଳାଯାଇଥିଲା। ବେନ୍‌ ଷ୍ଟୋକସ୍‌ଙ୍କ ଭୁଲ ଯୋଗୁଁ ହାରିବାକୁ ଯାଉଥିବା ୱେଷ୍ଟଇଣ୍ଡିଜ ଏହି ମ୍ୟାଚ ଜିତିଥିଲା।

ସମ୍ବନ୍ଧିତ ଖବର