ଭୁବନେଶ୍ବରଙ୍କୁ ୧୦୦ ୱିକେଟ୍‌

ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ ଶିଖର ଧାୱନ୍‌, ରବୀନ୍ଦ୍ର ଜାଦେଜା ଓ ଭୁବନେଶ୍ବର କୁମାରଙ୍କ ପାଇଁ ମାଇଲଖୁଣ୍ଟ ଅପେକ୍ଷା ରଖିଥିଲା। ୬୫ ରନ୍‌ କରିପାରିଥିଲେ ଧାୱନ୍‌ ଏବଂ ୧୮ ରନ୍‌ କରିପାରିଥିଲେ ଜାଦେଜା ଯଥାକ୍ରମେ ଦିନିକିଆରେ ୫୦୦୦ ଏବଂ ୨୦୦୦ ରନ୍‌ ପୂରଣ କରିଥାନ୍ତେ। ହେଲେ ଉଭୟ ସେଥିରୁ ବଞ୍ଚିତ ହୋଇଛନ୍ତି। ଧାୱନ୍‌ ଖାତା ଖୋଲିବା ପୂର୍ବରୁ ଏବଂ ଜାଦେଜା ୮ ରନ୍‌ରେ ଆଉଟ୍‌ ହୋଇଯିବାରୁ ଏଥିପାଇଁ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଲା। ତେବେ ଦ୍ରୁତ ବୋଲର ଭୁବନେଶ୍ବର କୁମାର ତାଙ୍କ ମାଇଲଖୁଣ୍ଟ ପହଞ୍ଚିବାରୁ ବଞ୍ଚିତ ହୋଇନାହାନ୍ତି। ଗୋଟିଏ ୱିକେଟ୍‌ ତାଙ୍କୁ ୧୦୦ ସଂଖ୍ୟାରେ ପହଞ୍ଚାଇବାର ଥିଲା। ହେଲେ ଭୁବନେଶ୍ବର ଏହି ମ୍ୟାଚ୍‌ରେ ୨ ୱିକେଟ୍‌ ଅକ୍ତିଆର କରି ଦିନିକିଆ ଆନ୍ତର୍ଜାତିକରେ ନିଜର ୱିକେଟ୍‌ ସଂଖ୍ୟା ୧୦୧କୁ ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର