ଭୁବି ଓ ରସିଦ୍‌ଙ୍କୁ ଚେନ୍ନାଇ ଭଲ ଖେଳିବା ଆବଶ୍ୟକ:ସୁନୀଲ ଗାଭାସ୍କର

ଆଶା ମୂତାବକ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ପ୍ଲେ ଅଫ୍‌ ଯୋଗ୍ୟତା ଅର୍ଜନ କରିଛି। ଅତୀତ ପ୍ରଦର୍ଶନ ଦେଖିଲେ ଚେନ୍ନାଇ ଯଦି ଶୀର୍ଷ ୪ ଦଳ ଭିତରେ ରହି ନଥାନ୍ତା ତେବେ ଆଶ୍ଚର୍ଯ୍ୟ ଲାଗିଥାନ୍ତା। ଦିଲ୍ଲୀ ବିପକ୍ଷ ପରାଜୟ ଦଳ ପାଇଁ ସତର୍କ ଘଣ୍ଟି ଭଳି ଥିଲା। ପଏଣ୍ଟ ଟେବୁଲ୍‌ର ଶୀର୍ଷକୁ ଯିବାର ଅଭିଳାଷ ରଖିବାର ମଧ୍ୟ ଥିଲା। ତଥାପି ବିଜୟ ଲୟକୁ ଫେରିବା ଲାଗି ଦଳ ଶେଷ ଲିଗ୍‌ରେ ପଞ୍ଜାବକୁ ହରାଇ ଦେଲା। ୧୮ ଓଭର ପୂର୍ବରୁ ଜିତିଥିଲେ ଦଳ ଶୀର୍ଷକୁ ଯାଇପାରିଥାନ୍ତା, କିନ୍ତୁ ଦଳ ପ୍ରଥମ ୨ ସ୍ଥାନରେ ସୁରକ୍ଷିତ ଥିବାରୁ ଅତିରିକ୍ତ ପ୍ରୟାସ କରିବା ସପକ୍ଷରେ ନ ଥିଲା। ପ୍ଲେ ଅଫ୍‌ ପାଇଁ ଶକ୍ତି ସଞ୍ଚୟ ରଖିଲା।
ଚେନ୍ନାଇର ଲୋକପ୍ରିୟତା କେବଳ ଚେନ୍ନାଇରେ ସୀମିତ ନୁହେଁ, ବରଂ ଦେଶବ୍ୟାପୀ ରହିଛି। ସେମାନେ ଯେଉଁଠାରେ ଖେଳିଲେ ବି ସମର୍ଥନ ପାଉଛନ୍ତି। ଏହା ବାଙ୍ଗାଲୋର୍‌ ଭଳି କେବଳ ଖେଳାଳି କୈନ୍ଦ୍ରିକ ନୁହେଁ। ବିରାଟ କୋହଲି ଏବଂ ଏବି ଡି’ଭିଲିୟର୍ସଙ୍କ କାରଣରୁ ହିଁ ବାଙ୍ଗାଲୋର୍‌ ବାହାରେ ମଧ୍ୟ ଆର୍‌ସିବିକୁ ପ୍ରଶଂସକ ପିଛା କରିଥାନ୍ତି।
ଯଦି ହାରାହାରିର ନିୟମ କଥା ଦେଖିବା ତେବେ ଅମ୍ବାତି ରାୟୁଡୁ ଆଗକୁ ଆସିଯିବେ। କିଙ୍ଗ୍‌ସ ବିପକ୍ଷରେ ବିଫଳତା ପାଇଁ ସନ୍‌ରାଇଜର୍ସକୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିପାରେ। ସେନ୍‌ ଓ୍ଵାଟ୍‌ସନ୍‌ଙ୍କୁ ଆବଶ୍ୟକ ବିଶ୍ରାମ ମିଳିଥିବାରୁ ଉଭୟ ଯଦି ବିସ୍ଫୋରକ ରୂପ ନିଅନ୍ତି ତେବେ ଦଳକୁ ଭଲ ଆରମ୍ଭ ମିଳିଯିବ। ଫର୍ମରେ ଥିବା ସୁରେଶ ରାଇନା ଏବଂ ମହେନ୍ଦ୍ର ସିଂହ ଧୋନି ମଧ୍ୟ ସହଜରେ ବଲ୍‌କୁ ଷ୍ଟାଣ୍ଡ ଆଡ଼କୁ ପଠାଇପାରିବେ। ତେବେ ଚେନ୍ନାଇକୁ ପ୍ରଥମେ ଭୁବନେଶ୍ୱର କୁମାର ଏବଂ ରସିଦ୍‌ ଖାନ୍‌ଙ୍କୁ ଭଲ ଖେଳିବାକୁ ପଡ଼ିବ। ସିଦ୍ଧାର୍ଥ କଉଲ୍‌ ଅଧିକ ବେଗରେ ପକାଇବାକୁ ଚେଷ୍ଟା କରୁଥିବାରୁ ଏହା ବ୍ୟାଟ୍‌ସମ୍ୟାନ୍‌ଙ୍କ ଆବଶ୍ୟକତା ଭଳି ହୋଇଯାଉଛି। ସନ୍‌ରାଇଜର୍ସ ବ୍ୟାଟିଂରେ ଶିଖର ଧାଓ୍ଵନ ଲୟକୁ ଫେରିଛନ୍ତି। ସେହିଭଳି ଅନ୍ୟ କୌଣସି ଋତୁ ତୁଳନାରେ ଏଥର କେନ୍‌ ଓ୍ଵିଲିୟମ୍‌ସନ୍‌ ଭଲ ଖେଳିଛନ୍ତି। ମନୀଷ ପାଣ୍ଡେ ଓ ସକିବ୍‌ ଅଲ ହାସନ୍‌ଙ୍କୁ କିନ୍ତୁ ଶେଷ ସପ୍ତାହରେ ନିଜ ଖେଳର ସ୍ତରକୁ ଉପରକୁ ନେବାକୁ ପଡ଼ିବ।
ସନ୍‌ରାଇଜର୍ସ ନିଜର ଶେଷ ୩ ଲିଗ୍‌ ମ୍ୟାଚ୍‌ ହାରିଥିବାରୁ କିଛିଟା ଉତ୍ସାହ ହରାଇଛି। ସେହିଭଳି ଦିଲ୍ଲୀ ନିକଟରୁ ହାରି ଚେନ୍ନାଇ ମଧ୍ୟ ଚିନ୍ତାରେ ପଡ଼ିଥିଲା। ମଙ୍ଗଳବାରର କ୍ୱାଲିଫାୟର୍‌-୧ର ମୁକାବିଲା ନେଇ ଆକଳନ କରିବା କଷ୍ଟସାଧ୍ୟ ରହିଥିଲେ ମଧ୍ୟ ଆଉ ଏକ ଶେଷ ଓଭର ସମାପ୍ତି ଦେଖିବାକୁ ମିଳିବା ନିଶ୍ଚିତ। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର