ମୁଷ୍ଟିଯୁଦ୍ଧ କ୍ୱାର୍ଟରରେ କୌଶିକ, ସୋଲାଙ୍କି:ମାଇକେଲଙ୍କୁ ମୁଥ ମାରୁଛନ୍ତି ମନୀଷ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରୁଥିବା ଭାରତୀୟ ମୁଷ୍ଟିଯୋଦ୍ଧା ଗୌରବ ସୋଲାଙ୍କି ଓ ମନୀଷ କୌଶିକ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସୋଲାଙ୍କି ଘାନାର ଆକିମସ୍‌ ଅନଙ୍ଗ ଅମପିହାଙ୍କୁ ୫-୦ରେ ହରାଇ ଏହି ସଫଳତା ଲାଭ କରିଥିଲେ। ସେହିଭଳି କୌଶିକ ତିନିଦାଦ ଏବଂ ଟବାଗୋର ମାଇକେଲ ଆଲେକଜାଣ୍ଡାରଙ୍କୁ ୪-୦ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। କ୍ୱାର୍ଟରରେ ସୋଲାଙ୍କି ପାପୁଆ ନ୍ୟୁ ଗିନିର ଚାର୍ଲସ କିମା ଏବଂ କୌଶିକ ଏହି ପର୍ଯ୍ୟାୟରେ ଇଂଲଣ୍ଡର ୟୁରୋପୀୟ ପ୍ରତିଯୋଗିତା କାଂସ୍ୟ ପଦକ ବିଜୟୀ କାଲମ ଫ୍ରେଞ୍ଚଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର