ବିଏସ୍‌ଏନ୍‌ଏଲ୍‌ କ୍ରିକେଟ୍‌ ଫାଇନାଲ୍‌ରେ ଓଡ଼ିଶା-ହରିଆନା

ଭୁବନେଶ୍ୱର: ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌) ଓଡ଼ିଶା ପରିମଣ୍ଡଳ ଭୁବନେଶ୍ୱର ଅନୁକୂଲ୍ୟରେ ଆୟୋଜିତ ଅଷ୍ଟାଦଶ ସର୍ବଭାରତୀୟ ବିଏସ୍‌ଏନ୍‌ଏଲ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଓଡ଼ିଶା ଓ ହରିଆନା ମୁହାଁମୁହିଁ ହେବେ। ଆସନ୍ତାକାଲି ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ହ୍ୟାଟ୍ରିକ ବିଜୟ ସହ ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ଓଡ଼ିଶା ଅପରାଜେୟ ସଫଳତା ବଳରେ ଫାଇନାଲ୍‌ ପହଞ୍ଚିଯାଇଛି। ଶୁକ୍ରବାର ସେମିଫାଇନାଲ୍‌ରେ ଓଡ଼ିଶା ୭ ୱି‌କେଟ୍‌ରେ ଗୁଜୁରାଟକୁ ପରାସ୍ତ କରିଦେଇଛି। ଗୁଜରାଟ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୧୩ ରନ୍‌ କରିଥିଲା। ଟୁକୁନା ସାହୁ ୩ ଓ ନିରଞ୍ଜନ ବେହେରା ୨ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ଓଡ଼ିଶା ୧୨.୨ ଓଭରରେ ୩ ୱିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତି ଯାଇଥିଲା। ବିବିସିସି ମହାପାତ୍ର ୬୩ ଓ ଟୁକୁନା ସାହୁ ୨୫ ରନ୍‌ କରି ଓଡ଼ିଶାକୁ ବିଜୟ ଭେଟି ଦେଇଥିଲେ। ଅନ୍ୟ ସେମିଫାଇନାଲ୍‌ରେ ସୁମିତ୍‌ ଶର୍ମାଙ୍କ ୮୦ ରନ୍‌ ସହାୟତାରେ ହରିଆନା ୮ ବଲ୍‌ ପୂର୍ବରୁ ଏନ୍‌ଟିଆର୍‌ ଦିଲ୍ଲୀକୁ ହରାଇ ଦେଇଥିଲା। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୨୨/୪ କରିଥିଲା।

ସମ୍ବନ୍ଧିତ ଖବର