ବୁମ୍‌ରାଙ୍କ ୟର୍କର୍‌ ବିଶ୍ବରେ ଶ୍ରେଷ୍ଠ: ଆକ୍ରମ

ନୂଆଦିଲ୍ଲୀ: ଭାରତୀୟ ବୋଲର ଯଶ୍‌ପ୍ରୀତ ବୁମରାଙ୍କ ପ୍ରଶଂସକ ତାଲିକାରେ ଆ‌ଉ ଜଣେ କିମ୍ବଦନ୍ତୀ ଦ୍ରୁତ ବୋଲର ସାମିଲ ହୋଇଛନ୍ତି। ବୁମ୍‌ରାଙ୍କୁ ପାକିସ୍ତା‌ନର ପୂର୍ବତନ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ୱାସିମ ଆକ୍ରମ ଭୂୟଶୀ ପ୍ରଶଂସା କରିବା ସହ ତାଙ୍କ ୟର୍କର୍‌ ବିଶ୍ବର ଶ୍ରେଷ୍ଠ ବୋଲି କହିଛନ୍ତି। ସେହିଭଳି ବିଶ୍ବକପ୍‌ରେ ବୁମ୍‌ରା ହିଁ ଭାରତର ବ୍ରହ୍ମାସ୍ତ୍ର ହେବେ ବୋଲି ଆକ୍ରମ ଭବିଷ୍ୟବାଣୀ କରିଛନ୍ତି। ଆକ୍ରମ କହିଛନ୍ତି ଯେ ସଂପ୍ରତି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବା ଦ୍ରୁତ ବୋଲରଙ୍କ ମଧ୍ୟରେ ବୁମ୍‌ରାଙ୍କ ୟର୍କର୍‌ ସବୁଠାରୁ ଅସରଦାର ଏବଂ ସଠିକ୍। ବିଶ୍ବକପ୍‌ର ଶେଷ ଓଭରଗୁଡ଼ିକରେ ବୁମ୍‌ରା ହିଁ ଭାରତର ଟ୍ରମ୍ପ୍‌ କାର୍ଡ ହେବେ। ତାଙ୍କ ବୋଲିଂ ଶୈଳୀ ବେଶ୍ ଚମତ୍କାର। ଅନ୍ୟ ସବୁ ବୋଲରଙ୍କଠାରୁ ଏହା ପୂରା ଭିନ୍ନ ଓ ଅଲଗା। ତଥାପି ସେ ଅତି ସହଜରେ ବଲ୍‌କୁ ସୁଇଂ କରାଇ ପାରୁଛନ୍ତି। ତେବେ ୟର୍କର୍‌ ହିଁ ବୁମ୍‌ରାଙ୍କର ସବୁଠାରୁ ବଡ଼ ଅସ୍ତ୍ର। ବୁମ୍‌ରାଙ୍କୁ ଆକ୍ରମ ପୂବର୍ତନ ପାକିସ୍ତାନ ବୋଲର ୱାକର ୟୁନୁସଙ୍କ ସହ ତୁଳନା କରିଥିଲେ। ବୁମ୍‌ରାଙ୍କ ନିମୟିତ ୟର୍କର ପକାଇବାର ଦକ୍ଷତାର ଶ୍ରେୟ ଆକ୍ରମ ଟେନିସ୍ ବଲ୍ କ୍ରିକେଟକୁ ଦେଇଥିଲେ। ବୁମରା ହୁଅନ୍ତୁ କି ମୁଁ ଆମେ ସମସ୍ତେ ଟେନିସ୍ ବଲ୍ କ୍ରିକେଟର ଉତ୍ପାଦ ବୋଲି ୟୁଏଇରେ ଆୟୋଜିତ ହେଉଥିବା ୧୦ପିଏଲ୍ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାର ଅନ୍ୟତମ ମାର୍ଗଦର୍ଶକ ଥିବା ଆକ୍ରମ କହିଛନ୍ତି।

ସମ୍ବନ୍ଧିତ ଖବର