ସେଞ୍ଚୁରିଅନ୍‌ ଟେଷ୍ଟ: ବିରାଟ କୋହଲିଙ୍କ ଅର୍ଦ୍ଧଶତକ, ଭାରତ ୫/୧୮୩

ସେଞ୍ଚୁରିଅନ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୨ୟ ମୁକାବିଲାରେ ରବିବାର ଦ୍ୱିତୀୟ ଦିନ ୫ଟି ଓ୍ଵିକେଟ ହରାଇ ଭାରତ ୧୮୩ ରନ୍‌ ସଂଗ୍ରହ କରିଛି। ୩୩୬ ରନ୍‌ ଲକ୍ଷ୍ୟ ନେଇ ସେଞ୍ଚୁରିଅନ୍‌ର ସୁପରସ୍ପୋଟ୍‌ର୍ସ ପାର୍କ ଷ୍ଟାଡିୟମରେ ପାଳି ଆରମ୍ଭ କରିଥିବା ଭାରତ ୧୫୨ ରନ୍‌ ଦକ୍ଷିଣ ଆଫ୍ରିକା ଠାରୁ ପଛରେ ରହିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(ଅପରାଜିତ ୮୫) ଓ ହାର୍ଦ୍ଦିକ ପାଣ୍ଡ୍ୟା (ଅପରାଜିତ ୧୧) ପାଭଲିୟନ ଫେରିଛନ୍ତି।

୨୮ ରନ୍‌ରେ ଭାରତ ୨ଟି ଓ୍ଵିକେଟ ହରାଇ ଥିଲା। ପ୍ରଥମେ ଲୋକେଶ ରାହୁଲ(୧୦) ଓ ପରେ ଚେତେଶ୍ୱର ପୂଜାରା(୦) ଆଉଟ ହୋଇଥିଲେ। ୧୦୭ ରନ୍‌ରେ ଭାରତ ୩ୟ ଓ୍ଵିକେଟରେ ମୁରଲି ବିଜୟ(୪୬)ଙ୍କୁ ହରାଇଥିବା ବେଳେ ୧୩୨ ରନ୍‌ରେ ଆଉଟ ହେଶଇଥିଲେ ରୋହିତ ଶର୍ମା(୧୦)। ରୋହିତ ୨୭ଟି ବଲ ଖେଳି କାଗିସୋ ରାବଡ଼ାଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ହୋଇଥିଲେ। ତାଙ୍କ ପୂର୍ବରୁ କେଶବ ମହାରାଜଙ୍କ ବଲ କ୍ୱାଟନ୍‌ ଡି କକ୍‌ଙ୍କୁ ଦେଇ ମୁରଲି ପାଭଲିୟନ ଫେରିଥିଲେ। ସେହିପରି ପୂଜାରା ଗୋଟିଏ ବଲ ଖେଳି ଲୁଙ୍ଗି ଏଙ୍ଗିଡ଼ିଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ମର୍ଣ୍ଣ ମର୍କେଲ ନିଜ ବଲକୁ ନିଜେ କ୍ୟାଚ୍‌ ନେଇଥିଲେ। ପାର୍ଥିବ ପଟେଲ (୧୯) ଦକ୍ଷିଣ ଆଫ୍ରିକାର ୫ମ ଶିକାର ହୋଇଥିଲେ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ୩୩୫ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇ ପ୍ରଥମ ପାଳି ଶେଷ କରିଥିଲା। ଦ୍ୱିତୀୟ ଦିନର ଆରମ୍ଭରୁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୨୩.୫ ଓଭରରେ ଅବଶିଷ୍ଟ ୪ଟି ଓ୍ଵିକେଟ ହରାଇ ଥିଲା। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୪ଟି ଓ୍ଵିକେଟ ନେଇଥିବା ବେଳେ ଈଶାନ୍ତ ଶର୍ମା ୩ଟି ଓ୍ଵିକେଟ ନେଇଛନ୍ତି।

ସେ ଡିନ ଏଲ୍‌ଗର(୩୧)ଙ୍କୁ ଆଉଟ୍‌ କରି ଭାରତ ପାଇଁ ପ୍ରଥମ ସଫଳତା ଆଣିଥିଲେ। ସେ ଏଲ୍‌ଗରଙ୍କୁ ମୁରଲି ବିଜୟଙ୍କ ହାତରେ କ୍ୟାଚ୍‌ କରାଇ ଥିଲେ। ଏହା ପରେ ଅଶ୍ଚିନ୍‌ ମଧ୍ୟ ଏଡେନ୍‌ ମାର୍କରମ(୯୪)ଙ୍କୁ ଶତକ ହାସଲ କରିବାକୁ ଦେଇ ନଥିଲେ। ଭାରତର ୩ୟ ଶିକାର ହୋଇଥିଲେ ଏ ବି ଡିଭିଲିୟର୍ସ(୨୦)। ଈଶାନ୍ତ ଶର୍ମାଙ୍କ ବଲରେ ବୋଲ୍ଡ ହୋଇ ଈଶାନ୍ତ ପାଭଲିୟନକୁ ଫେରିଥିଲେ।

ହାସିମ ଆମଲା(୮୨)ଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ରନ୍‌ ଆଉଟ୍‌ କରିଥିଲେ। ୫ମ ଓ୍ଵିକେଟରେ ଡି କକ୍‌(୦)କୁ ହରାଇ ଥିଲା ଦକ୍ଷିଣ ଆଫ୍ରିକା। ଅଶ୍ୱିନଙ୍କ ବଲ ଟିମ୍‌ ଇଣ୍ଡିଆର ଅଧିନାୟକଙ୍କୁ ବିରାଟ କୋହଲିଙ୍କୁ କ୍ୟାଚ ଦେଇଥିଲେ। ଭାରତର ୬ଷ୍ଠ ଶିକାର ହୋଇଥିଲେ ଭେରନ ଫିଲେଣ୍ଡର(୦)। ଫିଲିଣ୍ଡର ପାର୍ଥିବ ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ରନ୍‌ ଆଉଟ ହୋଇ ପାଭଲିୟନ ଫେରିଥିଲେ।

ଭାରତୀୟ ଟିମ୍‌ରେ ୩ଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି। ଶିଖର ଧାଓ୍ଵନ, ଋଦ୍ଧିମାନ ସାହା ଓ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଲୋକେଶ ରାହୁଲ, ପାର୍ଥିବ ପଟେଲ ଓ ଈଶାନ୍ତ ଶର୍ମାଙ୍କୁ ସ୍ଥାନ ମିଳିଛି।

ଭାରତୀୟ ଏକାଦଶରେ ଆଜିଙ୍କ୍ୟ ରାହାଣେଙ୍କୁ ସ୍ଥାନ ମିଳିଥିବା ବେଳେ ଆଫ୍ରିକା ଟିମ୍‌ରେ ଆଘାତ ପାଇଥିବା ଡେଲ ଷ୍ଟେନଙ୍କ ସ୍ଥାନରେ ଲୁଙ୍ଗି ନଗିଦିଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟରୁ ବଞ୍ଚିବାକୁ ହେଲେ ଭାରତକୁ ସେଞ୍ଚୁରିଅନ୍‌ ଟେଷ୍ଟରେ ବିଜୟୀ ହେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଗତ ଜାନୁଆରୀ ୫ରୁ ୯ ମଧ୍ୟରେ କେପ୍‌ଟାଉନ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭୨ ରନ୍‌ରେ ଭାରତକୁ ପରାସ୍ତ କରିଥିଲା। ବର୍ତମାନ ଶୃଙ୍ଖଳା ୧-୦ରେ ଅଛି।

ସମ୍ବନ୍ଧିତ ଖବର