ଯୁବରାଜଙ୍କ ହ୍ୟାଟ୍ରିକ୍ ଛକା ପରେ ମୁଁ ବ୍ରଡଙ୍କ ଭଳି ଅନୁଭବ କରିଥିଲି: ଚହଲ
ବେଙ୍ଗାଲୁରୁ: ଗୁରୁବାର ମ୍ୟାଚ୍ରେ ଯୁବରାଜ ସିଂହ ମୋତେ ୩ ଲଗାତାର ଛକା ମାରିବା ପରେ ମୁଁ ଷ୍ଟୁଆର୍ଟ ବ୍ରଡଙ୍କ ଭଳି ଅନୁଭବ କରିଥିଲି ବୋଲି ସ୍ବୀକାର କରିଛନ୍ତି ଆରସିବି ସ୍ପିନର ୟୁଜବେନ୍ଦ୍ର ଚହଲ। ସୂଚନାଯୋଗ୍ୟ, ୨୦୦୭ ମସିହାର ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ଗୋଟିଏ ଓଭରରେ ଲଗାତାର ୬ ଛକା ମାରିଥିଲେ ଯୁବରାଜ। ଡର୍ବାନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସେ ୧୬ ବଲ୍ରୁ ୫୮ ରନ୍ କରିଥିଲେ। ଗୁରୁବାର କିନ୍ତୁ ଚହଲ ଚତୁର୍ଥ ବଲରେ ତାଙ୍କୁ ଆଉଟ୍ କରି ମଧୁର ପ୍ରତିଶୋଧ ନେଇଯାଇଥିଲେ। ଯୁବରାଜ ୧୨ ବଲ୍ରୁ ୨୩ ରନ୍ କରିଥିଲେ। ମୁଁ ଜାଣିଥିଲି ଯୁବରାଜ ଜଣେ କିମ୍ବଦନ୍ତୀ ଖେଳାଳି, ମୁଁ କିନ୍ତୁ ନିଜ ଉପରେ ବିଶ୍ବାସ ରଖିଥିଲି। ମୋର ଭଲ ବଲ୍କୁ ସେ ଛକା ମାରିଥିଲେ। ତେଣୁ ଏକ ଓସାରିଆ ଗୁଗଲି ପକାଇ ତାଙ୍କ ୱିକେଟ୍ ନେଇଥିଲି ବୋଲି ଚହଲ ପ୍ରକାଶ କରିଛନ୍ତି।