ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଟିମ୍‌ରେ ସାମିଲ ଥିଲେ ୪ ଓଡ଼ିଆ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ କୋଟିଏ ଲେଖାଏଁ ପୁରସ୍କାର ରାଶି

ଭୁବନେଶ୍ୱର: ଏସୀୟ କ୍ରୀଡ଼ାରେ ଜାପାନ ଠାରୁ ଭାରତୀୟ ମହିଳା ହକି ଟିମ୍‌  ଶୁକ୍ରବାର ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛି। ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ୍‌ ଠାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଭାରତୀୟ ଟିମ୍‌ରେ ଓଡ଼ିଶାରୁ ୪ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ।

ଏସୀୟ କ୍ରୀଡ଼ାର ଭାରତୀୟ ଟିମ୍‌ରେ ସାମିଲ ଥିବା ଓଡ଼ିଆ ଝିଅ ଲିଲିମା ମିଞ୍ଜ, ନମିତା ଟପ୍ପୋ, ଦିପଗ୍ରେସ ଏକ୍କା ଓ ସୁନିତା ଲାକ୍ରାଙ୍କୁ ଏକ କୋଟି ଟଙ୍କା ଲେଖାଏଁ ପୁରସ୍କାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଘୋଷଣା କରିଛନ୍ତି।

ଏସୀୟ କ୍ରୀଡ଼ାରେ ଭାରତକୁ ରୌପ୍ୟ ପଦକ ଦେଇଥିବା ମହିଳା ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ଓଡ଼ିଶାର ୪ ଜଣ ମହିଳା ହକି ପ୍ରତିଭାଙ୍କୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି। ସେହିଭଳି ଖେଳାଳିମାନଙ୍କର କୋଚମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଖେଳାଳିମାନେ ପାଉଥିବା ରାଶିର ୨୦ ପ୍ରତିଶତ ପୁରସ୍କାର ରାଶି କୋଚମାନଙ୍କୁ ଦିଆଯିବ। ରାଜ୍ୟ ସରକାର ଉକ୍ତ ଅର୍ଥକୁ କୋଚମାନଙ୍କୁ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର