ଡାଭିଡ ମିଲର ରଚିଲେ ଇତିହାସ, ବାଲାଂଦେଶ ବିପକ୍ଷରେ ବିସ୍ଫୋରକ ଟି-୨୦ ଶତକ

ପୋଶେଟ୍ରୁମ: ଦକ୍ଷିଣ ଆଫ୍ରିକାର ଡାଭିଡ଼ ମିଲର ରବିବାର ବାଂଲାଦେଶ ବିରୋଧରେ  ଟି-୨୦ ମ୍ୟାଚରେ ଇତିହାସ ରଚିଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ୍‌ ମିଲର ୩୫ଟି ବଲରେ ଶକତ ହାସଲ କରି ଏହି ବିରଳ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି। ଧୂଅାଁଧାର ବ୍ୟାଟିଂ କରି ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ କମ୍‌ ବଲରେ ଶତକ ହାସଲକାରୀ ଖେଳାଳି ହୋଇ ପାରିଛନ୍ତି। ମିଲର ନିଜ ଦେଶର ରିଚାର୍ଡ ଲେଭିଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ଲେଭି ୨୦୧୨ରେ ୪୫ଟି ବଲରେ ଶତକ ହାସଲ କରିଥିଲେ। ମିଲରଙ୍କ ଶତକ ବଳରେ ବାଂଲାଦେଶ ୪ ଓ୍ଵିକେଟରେ ୨୨୪ ରନ୍‌ ସଂଗ୍ରହ କରିଛି।
ମିଲର ୩୬ଟି ବଲରେ ୭ଟି ଚୌକା ଓ ୯ଟି ଛକା ମାରି ଅପରାଜିତ ୧୦୧ ରନ୍‌ ସଂଗ୍ରହ କରିଛନ୍ତି। ୨୮୦.୫୫ ଷ୍ଟ୍ରାଇକ ରେଟ୍‌ ଖେଳପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ୨ୟ ଟି-୨୦ ମ୍ୟାଚରେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଏମ୍‌ ମୋସେହଲ(୫), ଜେପି ଡୁମିନି(୪) ଓ ଏବି ଡିଭିଲିୟର୍ସ(୨୦) ଶସ୍ତାରେ ଆଉଟ ହୋଇ ଯାଇଥିଲେ।

ଟି-୨୦ରେ ବିସ୍ଫୋଟକ ଶତକ

ଡାଭିଡ ମିଲର (ଦକ୍ଷିଣ ଆଫ୍ରିକା) ୩୫ ବଲ ୨୦୧୭

ରିଚାର୍ଡ ଲେଭି (ଦକ୍ଷିଣ ଆଫ୍ରିକା) ୪୫ ବଲ ୨୦୧୨

ଫାଫ୍‌ ଡୁପ୍ଲେସି (ଦକ୍ଷିଣ ଆଫ୍ରିକା) ୪୬ ବଲ ୨୦୧୫

କେଏଲ୍‌ ରାହୁଲ (ଭାରତ) ୪୬ ବଲ ୨୦୧୬

ଆରୁନ ଫିଞ୍ଚ (ଅଷ୍ଟ୍ରେଲିଆ) ୪୭ ବଲ ୨୦୧୩

କ୍ରିସ ଗେଲ ( େଓ୍ଵଷ୍ଟଇଣ୍ଡିଜ) ୪୭ ବଲ ୨୦୧୬

 

ସମ୍ବନ୍ଧିତ ଖବର