ଟେଷ୍ଟ୍‍ ପ୍ରତିଯୋଗିତାରେ ନାହିଁ ଦିବାରାତ୍ର ମ୍ୟାଚ୍‌

ମୁମ୍ବାଇ: ଅନ୍ତର୍ଜାତୀୟ କି୍ରିକେଟ୍‌ ପରିଷଦ (ଆଇସିସି)ର ପ୍ରସ୍ତାବିତ ଟେଷ୍ଟ୍‍ ପ୍ରତିଯୋଗିତା ୨୦୧୯ ଜୁନରୁ ଆରମ୍ଭ ହେବ। ଏଥିରେ ଆସନ୍ତା ୪ ବର୍ଷ ଭିତରେ କୌଣସି ଦିବାରାଷ୍ଟ୍ର ଟେଷ୍ଟ୍‍ ସ୍ଥାନ ପାଇ ନାହିଁ। ଟେଷ୍ଟ୍‍ କ୍ରୀଡ଼ାଚକ୍ରକୁ ନଜରରେ ରଖି ଆଇସିସି ମଧ୍ୟ ନୂଆ ଏଫ୍‌ଟିପି (ଫ୍ୟୁଚର୍‌ ଟୁର୍‌ସ ପ୍ରୋଗ୍ରାମ୍‌) ପ୍ରସ୍ତୁତ କରିଛି। ଯାହାକି ୨୦୨୩ ମସିହା ପର୍ଯ୍ୟନ୍ତ ରହିବ। ଭାରତୀୟ ଦଳ ଘରୋଇ ମାଟିରେ କିି ବିଦେଶରେ ଗୋଲାପୀ ବଲ୍‌ ଟେଷ୍ଟ୍‍ ଖେଳିବାକୁ ପ୍ରସ୍ତୁତ ନ ଥିବାରୁ ଆଇସିସି ମଧ୍ୟ ଏହାକୁ ଏଡ଼ାଇଯାଇଛି। ଭାରତୀୟ ଦଳ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଦିବାରାତ୍ର ଟେଷ୍ଟ୍‍ ବିରୋଧରେ ରହିଛନ୍ତି। ଶାସ୍ତ୍ରୀ ଇତିମଧ୍ୟରେ ବିସିସିଆଇ ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସନିକ ସମିତି (ସିଓଏ)କୁ ଭେଟି ବୋର୍ଡର ଆଭିମୁଖ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏପରିକି ଭାରତ ଅକ୍ଟୋବରରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରସ୍ତାବିତ ଦିବାରାତ୍ର ଟେଷ୍ଟ୍‍କୁ ସେ ବିରୋଧ କରିଛନ୍ତି। ଦିବାରାତ୍ର ଟେଷ୍ଟ୍‍ ଲାଗି ପ୍ରସ୍ତୁତି କରିବାକୁ ଅନ୍ୟୁନ ୧୨ରୁ ୧୮ ମାସ ସମୟର ଆବଶ୍ୟକତା ରହିଛି ବୋଲି ଶାସ୍ତ୍ରୀ ଯୁକ୍ତି ବାଢ଼ିଥିଲେ। ଶାସ୍ତ୍ରୀଙ୍କ ମତରେ କ୍ରିକେଟ୍‌ର ବିଶ୍ୱ ପରିଚାଳନା ସଂସ୍ଥା ଟେଷ୍ଟ୍‍ କ୍ରିକେଟ୍‌ର ଭବିଷ୍ୟତ ନିର୍ଧାରଣ କରିବ। ଆମେ ଏହା ବିରୋଧରେ ନାହୁଁ। କିନ୍ତୁ ବର୍ତମାନର ପରିସ୍ଥିତିରେ ଆମ ହାତରେ ପ୍ରସ୍ତୁତ ହେବାକୁ ସମୟ ନାହିଁ।

ସମ୍ବନ୍ଧିତ ଖବର