ଜିଲ୍ଲାସ୍ତରୀୟ କ୍ୟାରମ୍‌: ପ୍ରସନ୍‌ଜିତ୍‌-ବିଷ୍ଣୁ ବିଜେତା

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଜୟଦୁର୍ଗା କିଶୋର କ୍ଲବ୍‌ ପକ୍ଷରୁ ପ୍ରଥମ ଜିଲ୍ଲାସ୍ତରୀୟ କ୍ୟାରମ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଫାଇନାଲରେ ଆଇଆର୍‌ସି ଭିଲେଜ୍‌ର ପ୍ରସନ୍‌ଜିତ୍‌-ବିଷ୍ଣୁ ସହିଦ୍‌ ସହିଦ୍‌ ନଗରର ଦୁର୍ଗା-ଆଇ ଖାନ୍‌ଙ୍କୁ ହରାଇ ବିଜେତା ହୋଇଥିଲେ। ବିଜେତାଙ୍କୁ ୩୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ପୂର୍ବତନ କ୍ରୀଡ଼ାସଂଗଠକ ଦେବାନନ୍ଦ ମହାନ୍ତି, କାର୍ପୋରେଟର୍‌ ରାମଚନ୍ଦ୍ର ପ୍ରଧାନ ଅତିଥିଭାବେ ଯୋଗ ଦେଇଥିଲେ। ଅମ୍ପାୟାର୍‌ ଦେବୀପ୍ରସନ୍ନ ପଟ୍ଟନାୟକ ଏବଂ ଜିତେନ୍ଦ୍ର ମିଶ୍ର ପରିଚାଳନା କରିଥିଲେ। ଛାୟା ଖାଡ଼େଙ୍ଗା, ଚିନ୍ତାମଣୀ ପ୍ରଧାନ, ମନୋରଂଜନ ମହାପାତ୍ର, କିଶୋର ବାରିକ, ଦୁର୍ଗା ସୁବୁଦ୍ଧି, ରଂଜନ ବାରିକ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର