ଇଏସ୍‌ଆଇସିର ସୁବିଧା ସମାଗମ ୮ ଓ ୧୩ରେ

ଭୁବନେଶ୍ୱର,: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ପକ୍ଷରୁ ଜୁନ୍‌ ମାସର ସୁବିଧା ସମାଗମ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ପ୍ରତିମାସର ଦ୍ୱିତୀୟ ବୁଧବାର ଏବଂ ଶୁକ୍ରବାର ଦିନ ଯଥାକ୍ରମେ ଇଏସ୍‌ଆଇସିର ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଶାଖା କାର୍ଯ୍ୟାଳୟ ଗୁଡ଼ିକରେ ସୁବିଧା ସମାଗମ ଆୟୋଜନ କରାଯାଉଛି। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ଆସନ୍ତା ୧୩ ତାରିଖ (ବୁଧବାର) ଅପରାହ୍‌ଣ ୩ଟା ଏବଂ ୮ ତାରିଖ(ଶୁକ୍ରବାର) ଅପରାହ୍‌ଣ ୩ଟାରେ ରାଜ୍ୟର ୨୪ଟି ଶାଖା କାର୍ଯ୍ୟାଳୟରେ ସୁବିଧା ସମାଗମ ଆୟୋଜନ କରାଯାଇ ଅଭିଯୋଗର ଶୁଣାଣି ଓ ସମାଧାନ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର