ଫେଡେରେସନ୍‌ କପ୍‌ ନେଟ୍‌ବଲ୍‌, ଓଡ଼ିଶା ବିଜେତା

କଟକ: ନିମପୁର ପଡ଼ିଆରେ ଶେଷ ହୋଇଥିବା ଫେଡେରେସନ୍‌ କପ୍‌ ନେଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହୋଇଛି। ଫାଇନାଲ୍‌ ମ୍ୟାଚରେ ଓଡ଼ିଶା ୫ ଵିକେଟରେ ତାମିଲନାଡୁକୁ ପରାସ୍ତ କରି ଏହି ସଫଳତା ପାଇଛି। ଟସ୍‌ ଜିତି ବ୍ୟାଟି˚ କରିଥିବା ତାମିଲନାଡୁ ୨୦ ଓଭରରେ ୮ ଵିକେଟ ହରାଇ ୧୨୩ ରନ୍‌ ସ˚ଗ୍ରହ କରିଥିଲେ। ଏହା ଜବାବରେ ଓଡ଼ିଶା ୧୧.୧ ଓଭରରେ ୫ ଵିକେଟ ବିନିମୟରେ ମ୍ୟାଚ ଜିତିଯାଇଥିଲା। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ରଘୁପତି ବିଲ୍ଡରର ପରିଚାଳନା ନିର୍ଦ୍ଦେଶକ ପ୍ରଭାତ ନନ୍ଦ, ସମାଜସେବୀ ସ˚ଯୁକ୍ତା ମହାପାତ୍ର, ବାସ୍କେଟବଲ୍‌ ପ୍ରଶିକ୍ଷକ ମଦନ ରାଓ, ମହାସ˚ଘ ସମ୍ପାଦକ ବ୍ରଜକିଶୋର ଦାସ, ଉପଦେଷ୍ଠା ହେମନ୍ତ ପୁରକେ, ବିଶ୍ବର˚ଜନ ମିଶ୍ର, ନାରାୟଣ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଦେବାଶିଷ ସାମନ୍ତରାୟଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି, ସନ୍ତୋଷ ରାଉତଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଏବ˚ ତାମିଲନାଡଉର ଏସ୍‌.ସରବରନ୍‌ଙ୍କୁ ଶ୍ରେଷ୍ଠ ଅଲରାଉଣ୍ତର ଭାବେ ପୁରସ୍କୃତ କରାଯାଇଥିଲା। ଦେବାଶିଷ ରାୟ ଓ ମହେଶ ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର