କୋହଲିଙ୍କ ନାମରେ ହେବ ଫିରୋଜ ସାହା କୋଟ୍‌ଲାରେ ଷ୍ଟାଣ୍ଡ

ନୂଆଦିଲ୍ଲୀ: ଫିରୋଜ ସାହା କୋଟ୍‌ଲା ଷ୍ଟାଡିୟମର ଏକ ଷ୍ଟାଣ୍ଡ୍‌କୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ କରାଯିବ। ଅନ୍ତର୍ଜାତୀୟସ୍ତରରେ ସଫଳତାର ଶିଖରରେ ପହଞ୍ଚିଥିବା ଏହି ଦିଲ୍ଲୀ ବ୍ୟାଟ୍ସମ୍ୟାନ୍‌ଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ଡିଡିସିଏ ଏଭଳି ନିଷ୍ପତ୍ତି ନେଇଛି। କୋହଲିଙ୍କ ପୂର୍ବରୁ ଦିଲ୍ଲୀର ଦୁଇ ଖେଳାଳି ବି‌ଶନ ସିଂହ ବେଦୀ ଏବଂ ମହିନ୍ଦର ଅମରନାଥଙ୍କ ନାମରେ ଏଠାରେ ଷ୍ଟାଣ୍ଡ ନିର୍ମିତ ହୋଇଥିଲା। କିନ୍ତୁ ଏମାନେ ଅବସର ନେବା ପରେ ହିଁ ଏହି ସମ୍ମାନ ପାଇଥିଲେ। ତେବେ ପୂର୍ବତନ ଅଧିନାୟକ ଏମ୍‌ଏକେ ପଟୌଦିଙ୍କ ପରେ ଅନ୍ୟ ଦୁଇ ‌ଦିଲ୍ଲୀ ଖେଳାଳି ବୀରେନ୍ଦ୍ର ସେହବାଗ ଏବଂ ଅଞ୍ଜୁମ ଚୋପ୍ରାଙ୍କ ନାମ ହଲ୍‌ ଅଫ୍‌ ଫେମ୍‌ରେ ରହିଥିଲା। ଡିଡିସିଏ ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଜବାହାରଲାଲ ନେହୁର ଷ୍ଟାଡିୟମରେ ଭାରତୀୟ ‌କ୍ରିକେଟ୍‌ ଦଳକୁ ସମ୍ବର୍ଧିତ କରିବାକୁ ସ୍ଥିର କରିଛି।

ସମ୍ବନ୍ଧିତ ଖବର