ଫିଫା ବିଶ୍ୱକପ୍‌: ଅଧିନାୟକ କେନ୍‌ଙ୍କ ହ୍ୟାଟିକ୍‌ ଗୋଲ୍‌, ଅନ୍ତିମ ୧୬ରେ ଇଂଲଣ୍ଡ

ନିଜନି ନୋଭଗୋଗ୍ରାଡ(ରୁଷିଆ): ଅଧିନାୟକ ହେରି କ୍ୟାନ୍‌ଙ୍କ ହ୍ୟାଟିକ୍‌ ଓ ଜନ୍‌ ଷ୍ଟୋନସ୍‌ଙ୍କ ୨ଟି ଗୋଲ ବଳରେ ଇଂଲଣ୍ଡ ୬-୧ରେ ପାନାମାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ୨୧ତମ ସଂସ୍କରଣର ଗ୍ରୁପ-ଜି ମ୍ୟାଚ୍‌ରେ ରବିବାର ଇଂଲଣ୍ଡ ଗୋଲ ବର୍ଷା କରିଛି। ଆଜିର ବିଜୟ ସହିତ ଇଂଲଣ୍ଡ ଗ୍ରୁପ ପର୍ଯ୍ୟାୟରେ ଖେଳାଯାଉଥିବା ୨ଟି ମ୍ୟାଚକୁ କ୍ରମାଗତ ଭାବେ ଜିତି ୬ ପଏଣ୍ଟ ହାସଲ କରିବା ପରେ ବିଶ୍ୱକପ୍‌ର ଆସନ୍ତା ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।

କ୍ୟାନ ହ୍ୟାଟ୍ରିକ ଗୋଲ ଦେଇଥିଲେ। ଚଳିତ ବିଶ୍ୱକପ୍‌ରେ ତାଙ୍କର ଗୋଲ ସଂଖ୍ୟା ୫ରେ ପହଞ୍ଚିଛି। ଏଥି ସହିତ ହ୍ୟାଟ୍ରିକ ମାମଲାରେ ସେ ଇଂଲଣ୍ଡର ତୃତୀୟ ଖେଳାଳି ହୋଇ ପାରିଛନ୍ତି। କେବଳ ସେତିକି ନୁହେଁ ସେ ଏହି ଓ୍ଵାଲର୍ଡ କପ୍‌ରେ ସର୍ବାଧିକ ଗୋଲ ଦେଇ ପାରିଥିବା ଖେଳାଳି ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ପୂର୍ବରୁ ପର୍ତ୍ତୁଗାଲର କ୍ରିଷ୍ଟ୍ରିଆନା ରୋନାଲଡୋ ମଧ୍ୟ ହ୍ୟାଟ୍ରିକ ଗୋଲ ଦେଇଥିଲେ।

ଇଂଲଣ୍ଡ ଆରମ୍ଭରୁ ନିଜର ପ୍ରଭାବ ଜାରି ରଖିଥିଲା। ୮ ମିନିଟରେ ଇଂଲଣ୍ଡକୁ କର୍ଣ୍ଣର ମାଧ୍ୟମରେ ଗୋଲ ଦେବାକୁ ସୁଯୋଗ ମିଳିଥିଲା। ଷ୍ଟୋନସ ହେଡର ମାଧ୍ୟମରେ ଗୋଲ ଦେଇ ଅଭିଯାନ ଆରମ୍ଭ କରିଥିଲେ। ମଞ୍ଚେଷ୍ଟର ସିଟି ଖେଳାଳି ଷ୍ଟୋନଙ୍କ ଏହା ଥିଲା ପ୍ରଥମ ଅନ୍ତର୍ଜାତୀୟ ଗୋଲ।

ସମ୍ବନ୍ଧିତ ଖବର