୩ ବର୍ଷ ପରେ କୋମାରୁ ଉଠିଲେ ଫୁଟ୍‌ବଲର୍‌

ଆମଷ୍ଟରଡାମ: ନେଦରଲାଣ୍ଡର ଯୁବ ଫୁଟବଲର୍‌ ଆବଦେଲହକ୍ ନୋଉରି ଦୀର୍ଘ ୩ ବର୍ଷ ଧରି କୋମାରୁ ଉଠିଛନ୍ତି। ୨୨ ବର୍ଷୀୟ ନୋଉରି ୨୦୧୭ ମସିହାରେ ଏକ ମ୍ୟାଚ୍ ଖେଳୁଥିଲା ବେଳେ ହଠାତ୍ ହୃଦ୍‌ଘାତର ଶିକାର ହୋଇଥିଲେ। ସେବେଠାରୁ ସେ ବେହୋସ ଥିଲେ। ଦୁଇ ଦିନ ତଳେ ତାଙ୍କର ହୋସ୍ ଫେରିଥିଲା। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଥିଲା ବେଳେ ଆମଷ୍ଟରଡାମରେ ଥିବା ନିଜ ଘରେ ରହୁଛନ୍ତି। ଏହି ଚମତ୍କାରିତା ପରେ ନୋଉରିଙ୍କ ପରିବାରବର୍ଗ ବେଶ୍ ଖୁସି ଅଛନ୍ତି।

ସମ୍ବନ୍ଧିତ ଖବର