କିଙ୍ଗ୍ସ କପ୍‌ ଲାଗି ୩୭ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ

ନୂଆଦିଲ୍ଲୀ: ଆସନ୍ତା ମାସ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ବୁରିରାମଠାରେ ଆୟୋଜିତ କିଙ୍ଗ୍ସ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ପାଇଁ ଗୁରୁବାର ୩୭ ଜଣିଆ ସମ୍ଭାବ୍ୟ ତାଲିକା ଘୋଷିତ ‌ହୋଇଛି। ଏହି ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଚଳିତ ମା‌ସ ୨୦ ତାରିଖରୁ ନୂଆଦିଲ୍ଲୀଠାରେ ପ୍ରସ୍ତୁତି ଶିବିର ଆୟୋଜିତ ହେବ। ଶିବିରକୁ ନୂତନ ନିଯୁକ୍ତ ଭାରତୀୟ ଫୁଟ୍‌ବଲ୍‌ ଦଳର ‌ପ୍ରଶିକ୍ଷକ ଇଗୋର ଷ୍ଟିମାକ ପରିଚାଳନା କରିବେ। ଆହତ ଯୋଗୁଁ ଜେଜେ ଲାଲପେଖଲୁଆଙ୍କ ସମେତ ହାଲିଚରଣ ନାରଜାରି, ମନ୍ଦର ରାଓ ଦେସାଇ, ଆସିକ୍‌ କୁରୁନିୟାନ୍‌, ନରେନ୍ଦର ଗେହଲଟ୍‌ ଏବଂ ଲାଲରିଞ୍ଜୁଆଲା ଏହି ଦଳରୁ ବାଦ୍‌ ପଡ଼ିଛନ୍ତି।
ଦଳ: ଗୁରପ୍ରୀତ ସିଂହ ସାନ୍ଧୁ, ବିଶାଲ କାଇତ, ଅମ୍ରିନ୍ଦର ସିଂହ, କମଲଜିତ ସିଂହ (ଗୋଲ୍‌ରକ୍ଷକ), ପ୍ରିତମ କୋଟାଲ, ନିଶୁ କୁମାର, ରାହୁଲ ଭେକେ, ସଲାମ ରଂଜନ ସିଂହ, ସନ୍ଦେଶ ଝିଙ୍ଗାନ ଆଦିଲ ଖାନ୍‌, ଅନୱାର ଅଲ୍ଲୀ (କନିଷ୍ଠ), ସୁବାଶିଷ ବୋଷ, ନାରାୟଣ ଦାସ (ରକ୍ଷଣଭାଗ), ଉଡ଼ାନ୍ତ ସିଂହ, ଜ୍ୟାକିଚାନ୍ଦ ସିଂହ, ବ୍ରାଣ୍ଡନନ୍‌ ଫର୍ନାଡିଜ୍‌, ଅନିରୁଦ୍ଧ ଥାପ୍ପା, ‌ରେନିୟର ଫର୍ଣ୍ଣାଡିଜ୍‌, ବିକ୍ରମଜିତ୍‌ ସିଂହ, ଧନପାଲ ଗଣେଶ, ପ୍ରଣୟ ହଲ୍‌ଦାର, ରୋଲିନ୍‌ ବୋର୍ଗେସ, ଜର୍ମାନପ୍ରିତ ସିଂହ, ବିନିତ ରାୟ. ସାହାଲ ଅବ୍‌ଦୁଲ୍ଲ, ଅମରଜିତ ସିଂହ, ରିଦିମ ତ୍ଲାଗ୍‌, ଲାଲିଆଞ୍ଜୁଆଲା ଛଙ୍ଗତେ, ନଧା କୁମାର, କୋମଲ ଥାତାଲ, ମ‌ାଇ‌କେଲ ସୋ ରାଇରାଜ (ମଧ୍ୟଭାଗ), ବଲୱନ୍ତ ସିଂହ, ସୁନିଲ ଛେତ୍ରୀ, ଜବି ଯଷ୍ଠିନ, ସୁମିତ ପା‌ସି, ଫାରୁକ ଚୌଧୁରୀ, ମନବୀର ସିଂହ (ପୁ‌େରାଭାଗ)।

ସମ୍ବନ୍ଧିତ ଖବର