ଗଞ୍ଜାମ, ନୂଆପଡ଼ା, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ସୁନ୍ଦରଗଡ଼ ବିଜୟୀ

ଭୁବନେଶ୍ୱର: ଶୁକ୍ରବାରଠାରୁ ଭୁବନେଶ୍ୱରରେ ରାଜ୍ୟ ବିଦ୍ୟାଳୟସ୍ତରୀୟ ୧୭ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ମ୍ୟାଚ୍‌ଗୁଡ଼ିକ କ୍ୟାପିଟାଲ୍‌ ହାଇସ୍କୁଲ୍‌, ବିଏମ୍‌ ହାଇସ୍କୁଲ୍‌, ଓୟୁଏଟି ପଡିଆ, ପୁରୁଣା ଏଜି କଲୋନି ଏବଂ ୟୁନିଟ୍‌-୨ ପଡ଼ିଆରେ ମ୍ୟାଚ୍‌ଗୁଡ଼ିକ ଖେଳାଯାଉଛି। ବିଏମ୍‌ ହାଇସ୍କୁଲ୍‌ ପଡ଼ିଆରେ ପୂର୍ବତନ ରଣଜୀ ଖେଳାଳି ତଥା ଓସିଏ କନିଷ୍ଠ ଚୟନ ସମିତି ଅଧ୍ୟକ୍ଷ ଦୀପକ ମଙ୍ଗରାଜ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପୂର୍ବତନ କାର୍ପୋରେଟର୍‌ ରାଜେନ୍ଦ୍ର ସମର୍ଥା ଏବଂ ପ୍ରଧାନଶିକ୍ଷୟିତ୍ରୀ ସୁଚିତ୍ରା ମିଶ୍ର ଅତିଥି ଥିଲେ। ସେହିଭଳି ୟୁନିଟ୍‌-୨ ପଡ଼ିଆରେ ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର୍‌ ରାମଚନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭମାଗ ଉପ ନିର୍ଦେଶିକା ସ୍ନେହମୟୀ ସେନାପତି, ଶାରୀରିକ ଶିକ୍ଷା ବିଭାଗର ସହ ନିର୍ଦେଶିକା ଲକ୍ଷ୍ମୀପ୍ରିୟା ଦେଇ ପ୍ରମୁଖ ଅତିଥି ଥିଲେ। ମ୍ୟାଚ୍‌ ଗୁଡ଼ିକରେ ବରଗଡ଼ କଳାହାଣ୍ଡିକୁ, ନୟାଗଡ଼ ପୁରୀକୁ, ନୂଆପଡ଼ା ଗଜପତିକୁ, ଗଞ୍ଜାମ ଦେବଗଡ଼କୁ, ଭୁବନେଶ୍ୱର ଅନୁଗୁଳକୁ, ବାଲେଶ୍ୱର ରାୟଗଡ଼ାକୁ, ଖୋର୍ଧା ବୌଦ୍ଧକୁ, ସୁନ୍ଦରଗଡ଼ ବଲାଙ୍ଗୀରକୁ, କେନ୍ଦ୍ରାପଡ଼ା ସୋନପୁରକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର